ଜାମ୍ମୁକାଶ୍ମୀରରେ ଦେଶପାଇଁ ସହିଦ୍ ହୋଇଛନ୍ତି ଓଡିଆ ଜବାନ । ସହିଦ୍ ଯବାନ ହେଉଛନ୍ତି ଖୋର୍ଦ୍ଧାଜିଲ୍ଲା ବେଗୁନିଆ ବ୍ଲକ ଆଠରାଙ୍ଗ ଗ୍ରାମର ହେମନ୍ତ କୁମାର ପଣ୍ଡା | ସହିଦ୍ ହେମନ୍ତ ହେଉଛନ୍ତି ମେଜର ସୁବେଦାର ପବିତ୍ର ପଣ୍ଡାଙ୍କ ଏକମାତ୍ର ପୁଅ । ବାପାଙ୍କ ପଥ ଅନୁସରଣ କରି ହେମନ୍ତ ୨ବର୍ଷ ତଳେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେ ଜାମ୍ମୁକାଶ୍ମୀରର ଶ୍ରୀନଗର ବାରମୁଳା ସେକ୍ଟରରେ କାର୍ଯ୍ୟରତ ଥିବା ବେଳେ ଆତଙ୍କୀ ଗୁଳିରେ ସହିଦ୍ ହୋଇଥିଲେ । ଏନେଇ ଖବର ପ୍ରସାରିତ ହେବା ପରେ ସମଗ୍ର ଅଂଚଳରେ ଶୋକାକୁଳ ପରିବେଶ ଖେଳିଯାଇଛି । ଆଜି ସେନା ବାଟାଲିୟନରେ ସହିଦ୍ ହେମନ୍ତଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ପୈତୃକ ଗ୍ରାମକୁ , ସହିଦଙ୍କ ମରଶରୀର ଅଣାଯିବ ବୋଲି କୁହାଯାଉଛି | ସେପଟେ ସହିଦ୍ ଜବାନଙ୍କ ଅପେକ୍ଷାରେ ଶୋକାକୁଳ ହୋଇପଡିଛି ପୁରା ଅଂଚଳ |