Breaking News :

News Gallery Oriya

Bhadrak Tension: 45 Platoons Police Force Start Flag March In The Town | Curfew Imposed

Bhadrak Tension: 45 Platoons Police Force Start Flag March In The Town | Curfew Imposed

Minor Fire Mishap Due To Short Circuit Seen At MKCG Medical In Berhampur

ସର୍ଟସାର୍କିଟ କାରଣରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଆଇ.ସି.ୟୁ ୱାର୍ଡରେ ଦେଖିବାକୁ ମିଳିଥିଲା ଛୋଟ ଧରଣର ଅଗ୍ନିକାଣ୍ଡ । ଏହାରି ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ଆଇ.ସି.ୟୁ ସମୁଖରେ ରହିଥିବା ବିଦ୍ୟୁତ ବୋର୍ଡ ଅଗ୍ନିକାଣ୍ଡରେ ଜଳିବା ସହ ବହୁ ପରିମାଣର ଧୁଆଁ ହୋଇରହିଥିବା ବେଳେ ମେଡିକାଲ କର୍ତ୍ତୁପକ୍ଷ ଆଇ.ସି.ୟୁ ରେ ରହିଥିବା ଚାରି ରୋଗୀଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିଛନ୍ତି । ଏକ ବଡ ଦୁର୍ଘଟଣାରେ ଅଳ୍ପକେ ରୋଗୀ ମାନେ ବର୍ତ୍ତୀଯାଇଥିବା ବେଳେ ସ୍ଥାନାସ୍ତର ହୋଇଥିବା ରୋଗୀ ମାନେ ସୁସ୍ଥ ଥିବା ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ସର୍ଟସାର୍କିଟ କାରଣରୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ର ପୁରୁଣା କୋଠାରେ ରହିଥିବା ଆଇ.ସି.ୟୁ ୱାର୍ଡରେ ଗୁରୁବାର ଦେଖିବାକୁ ମିଳିଥିଲା ଛୋଟ ଧରଣର ଅଗ୍ନିକାଣ୍ଡ । ଆଇ.ସି.ୟୁ ସମୁଖରେ ରହିଥିବା ବିଦ୍ୟୁତ ବୋର୍ଡ ସ୍ପାକିଙ୍ଗ୍ ହୋଇ ନିଆଁ ବାହାରିବା ସହ ମେଡିକାଲ ପରିସରରେ ବହୁ ପରିମାଣର ଧୁଆଁ ଜମା ହୋଇ ରହିଥିବା ଯୋଗୁଁ ରୋଗୀ ଏବଂ ସେମାନଙ୍କ ସଂପର୍କୀୟ ବେଶ ଭୟଭୀତ ହୋଇପଡିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ମଧ୍ୟ ମେଡିକାଲ କର୍ତ୍ତୁପକ୍ଷ ଆଇ.ସି.ୟୁ ସମୁଖରେ ଅଗ୍ନିକାଣ୍ଡ ହୋଇଥିବା ଯୋଗୁଁ ସେଠାରେ ଚିକିତ୍ସିତ ହେଉଥିବା ଚାରି ରୋଗୀଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆସି ନିଆଁକୁ ଆୟତ କରିଥିଲେ । ପରେ ଖବର ପାଇ ବିଭାଗୀୟ ଅଧିକାରୀ ମାନେ ଘଟଣାସ୍ଥଳ ପହଞ୍ଚି କିଭଳି ଏବଂ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାହାକୁ ଅନୁଧ୍ୟାନ କରିଥିଲେ । ଅନ୍ୟପଟେ ଏମ୍.କେ.ସି.ଜି ମେଡିକାଲ ର ବିଦ୍ୟୁତ ବିଭାଗୀୟ କାର୍ଯ୍ୟକୁ ତଦାରଖ କରୁଥିବା ସରକାରୀ ଅଧିକାରୀ ପହଞ୍ଚି ପୋଡିଯାଇଥିବା ବିଦ୍ୟୁତ ତାର କୁ ବଦଳାଇବା ସହ ଆଇ.ସି.ୟୁ ରେ ପୂର୍ବରୁ ରହିଥିବା ସର୍ଟସାର୍କିଟ ତ୍ରୁଟିକୁ ସଜଡା ଯାଇଥିବା କୁହାଯାଇଛି । ଏପରିକି ସ୍ଥାନାନ୍ତର ହୋଇଥିବା ରୋଗୀ ମାନେ ସୁସ୍ଥ ଥିବା କହିଛନ୍ତି ମେଡିକାଲ କର୍ତ୍ତୁପକ୍ଷ । ଦକ୍ଷିଣ ଓଡିଶାବାସୀ ସ୍ୱାସ୍ଥସେବା ପାଇଁ ନିର୍ଭର କରୁଥିବା ଏମ୍.କେ.ସି.ଜି ମେଡିକାଲର ବିପଦ ସଂଙ୍କୁଳ କୋଠାରେ ଆଇ.ସି.ୟୁ ସମେତ ବହୁ ୱାର୍ଡ ରହିଥିବା ବେଳେ ତୁରନ୍ତ ଏହାକୁ ସ୍ଥାନାନ୍ତରିତ କରି ସ୍ୱତନ୍ତ୍ର ଆଇ.ସି.ୟୁ ଖୋଲିବାକୁ ଦାବୀ କରାଯାଉଥିବା ବେଳେ ଏହି ଘଟଣା ରେ ଅଳ୍ପକେ ବର୍ତ୍ତୀଯାଇଛନ୍ତି ବହୁ ରୋଗୀ ।

Founder Of Padhee's Tutorial Found Hanging At Bhubaneswar Residence

ଶେଷରେ ଋଣବୋଝ ନେଲା ଜୀବନ. ରାଜ୍ୟର ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପାଢୀ ଟ୍ୟୁଟୋରିଆଲର ମୁଖ୍ୟ ଜାନକୀ ବହ୍ଲଭ ପଢୀ ଋଣଭାର ସମ୍ଭାଳୀ ନ ପାରି ଗତ ରାତିରେ ଆତ୍ମହତ୍ୟା କରିଛନ୍ତି. ସେ ବିଭିନ୍ନ ବ୍ୟାଙ୍କ ଓ ହାତ ଉଦ୍ଧାରି ଋଣ କରିଥିଲେ. ତେବେ ପରିଷୋଧ କରି ନ ପାରିବାରୁ ଗତ ୧ ବର୍ଷ ଧରି ମାନିକ ଚପରେ ଥିଲେ. ଅନ୍ୟପଟେ ଟଙ୍କା ପାଇଁ ହାତ ଉଦ୍ଧାରି ଦେଇଥିବା ବ୍ୟକ୍ତିମାନେ ତାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ମଧ୍ୟ ହୋଇଛି. ୬ ପୃଷ୍ଠାର ସୁଇସାଇଡ୍ ନୋଟ୍ ରେ ଆତ୍ମହତ୍ୟାର କାରଣ ବଖାଣଇଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଛନ୍ତି ପରିବାର ବର୍ଗ ଓ କେବିଆରସିର ସଦସ୍ୟ. ରାଜ୍ୟରେ ଉଚ୍ଚଶିକ୍ଷା କୋଚିଂ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପାଢୀ ଟ୍ୟୁଟୋରିଆଲର ମାଲିକ ଜାନକୀ ବହ୍ଲଭ ପାଢ଼ୀଙ୍କ ଆତ୍ମହତ୍ୟା. ଋଣଭାର ସମ୍ଭାଳି ନ ପାରି ଗତ ରାତିରେ ସେ ଭୁବନେଶ୍ୱର ବହ୍ମେଶ୍ୱରପାଟଣା ବାସଗୃହରେ ଆତ୍ମହତ୍ୟା କରିଛନ୍ତି. ବିଭିନ୍ନ ବ୍ୟାଙ୍କ ଓ ହାତ ଉଧାରି ଋଣ ସୁଝି ନ ପାରି ମାନସିକ ଚିନ୍ତାଗ୍ରସ୍ତ ହୋଇ ଶେଷରେ ଏହି ପଦକ୍ଷେପକୁ ଆପଣାଇଛନ୍ତି. ପ୍ରାୟ ୩୦ କୋଟି ଟଙ୍କା ଋଣ ଥିବା ଆଶଙ୍କା କରାଯାଉଛି. ଆଇଆଇଟି ଓ ମେଡ଼ିକାଲ କୋଚିଂ ପାଇଁ ପ୍ରତିଷ୍ଠା ହୋଇଥିବା ପାଢୀ ଟ୍ୟୁଟୋରିଆଲର ପ୍ରତିଷ୍ଠା କରିଥିଲେ. ଯାହାର ଲୋକପ୍ରିୟତା ବୃଦ୍ଧି ପାଇବା ପରେ କଳିଙ୍ଗ ଭାରତୀ ରେସିଡେନ୍ସସିଆଲ କଲେଜ ଓ ଡିଗ୍ରୀ କଲେଜ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ. ତେବେ ବ୍ୟବସାୟ ମାନ୍ଦା ହେବା ଓ ଆଡମିଶନ କମିବା ପରିସ୍ଥିତିରେ ତାଙ୍କର ଆର୍ଥିକ ଋଣ ବୋଝ ବୃଦ୍ଧି ପାଇଥିଲା. ଯାହାକୁ ନେଇ ଗତ ୧ ବର୍ଷ ଧରି ସେ ଚିନ୍ତାରେ ରହିଥିଲେ. ଏପରିକି ସମସ୍ତ ଶିକ୍ଷାନୁଷ୍ଠାନକୁ ମଧ୍ୟ ବିକ୍ରି କରିବା ପାଇଁ ଯୋଜନା କରୁଥିଲେ. ୬ ପୃଷ୍ଠାର ଏକ ସୁଇସାଇଡ୍ ନୋଟରେ ସେ ଆତ୍ମହତ୍ୟାର କାରଣ ଉଲ୍ଲେଖ କରିଛନ୍ତି. ବିଭିନ୍ନ ବ୍ୟାଙ୍କରୁ ଋଣଆଣିବା ସାଙ୍ଗେ ହାତ ଉଦ୍ଧାରି ମଧ୍ୟ କରିଥିଲେ ଜାନକୀ ବହ୍ଲଭ. ସେହି ହାତ ଉଦ୍ଧାରି ଦେଇଥିବା କିଛି ବ୍ୟକ୍ତି ତାଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ମଧ୍ୟ ହୋଇଛି. ଗତ କାଲି ରାତିରେ ସେ ରାଉରକେଲା ଯିବା ପାଇଁ ବାହାରିଥିଲେ. ତେବେ କେଉଁ ପରିସ୍ଥିତିରେ ସେ ଫେରିଯାଇ ଆତ୍ମହତ୍ୟା କଲେ ତାହା ସନ୍ଦେହ ସୃଷ୍ଟି କରୁଥିବା କହିଛନ୍ତି ତାଙ୍କ ପରିବାର ବର୍ଗ. ଆଜି ସକାଳୁ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରିଥିବା ବେଳେ ତାଙ୍କର ତିନୋଟି ଫୋନ୍ , ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ. ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ସଫଳତା ପାଇଥିବା ଜାନକୀ ବହ୍ଲଭ ଏପରି ଭାବରେ ଆତ୍ମହତ୍ୟା କରିବେ ବୋଲି କେହିବି ଆଶା କରି ନ ଥିଲେ. ତେବେ ତାଙ୍କ ପରେ ମଧ୍ୟ ତାଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକ ଠିକ୍ ଠାକ୍ ଚାଲିବ ବୋଲି ଆଶା କରାଯାଉଛି.

Berhampur: Famous Budhithakurani Festival Enters On 5th Day

ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଙ୍କ ଯାତ୍ରା ପଞ୍ଚମ ଦିବସରେ ଅସ୍ଥାୟୀ ମନ୍ଦିର ସମୁଖରେ ସ୍ଥାପନ କରାଯାଇଛି ଧର୍ମଜେଣ୍ଡା । ପରମ୍ପାରା ଅନୁଯାୟୀ କମଳାବାରି ସାହିରୁ ଆସିଥିବା ଏହି ଧର୍ମଜେଣ୍ଡା ମାଆଙ୍କ ନିକଟରେ ପୁଜାର୍ଚ୍ଚନା କରାଯାଇ ସ୍ଥାପନ କରାଯାଇଥିଲା । ଧର୍ମଜେଣ୍ଡା ସ୍ଥାପନ ପରେ ମହିଳା ଭକ୍ତ ମାନେ ଏହାରି ନିକଟରେ ବିଭିନ୍ନ ପୁଜାର୍ଚ୍ଚନା କରିଥାନ୍ତି । ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଙ୍କ ଯାତ୍ରାର ପଞ୍ଚମ ଦିବସରେ ସହରର ଦେଶୀବେହେରା ସାହିରେ ରହିଥିବା ଅସ୍ଥାୟୀ ମନ୍ଦିର ସମୁଖରେ ସ୍ଥାପନ କରାଯାଇଛି ଧର୍ମଜେଣ୍ଡା । ମାଆ ଙ୍କ ଘଟ ପରିକ୍ରମା ସମୟରେ ଗତକାଲି କମଳାବାରି ସାହିରେ ଧର୍ମଜେଣ୍ଡା କୁ ନିମନ୍ତ୍ରଣ କରାଯାଇଥିବା ବେଳେ ପଞ୍ଚମ ଦିନରେ ସାହି ବାସିନ୍ଦା ପ୍ରଥମେ ନିଜ ସାହିରେ ଏହାକୁ ପାରମ୍ପାରିକ ରୀତିନୀତି ରେ ପୁଜାର୍ଚ୍ଚନା କରିବା ପରେ ମାଆ ଙ୍କ ଅସ୍ଥାୟୀ ମନ୍ଦିରକୁ ଆଣି ପୁଜା କରିବା ପରେ ସ୍ଥାପନ କରିଥିଲେ । ପ୍ରଥମେ ସାହିବାସିନ୍ଦା ଏବଂ ପରେ ଯାତ୍ରାର ମୁଖ୍ୟ ପରିଚାଳକ କୁହାଯାଉଥିବା ମାଆ ଙ୍କ ବାପଘର ଦେଶୀବେହେରା ଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଧର୍ମଜେଣ୍ଡା କୁ ପୁଜାର୍ଚ୍ଚନା କରିଥାନ୍ତି । ମୁଖ୍ୟତଃ ମାଆଙ୍କ ଯାତ୍ରା ସମୟରେ ଧର୍ମଜେଣ୍ଡା ନିକଟରେ ବହୁ ପରିମାଣର ମହିଳା ଭକ୍ତ ମାନେ ସେମାନଙ୍କ ପରିବାରର ମଙ୍ଗଳ ପାଇଁ ହଳଦୀ ପାଣି ଢାଳି ଖିରି ଓ ପିଠା ପୁଜା କରିଆସୁଥିବାର ନଜର ରହିଛି । ଏପରିକି ଚର୍ମରୋଗ ରୁ ଆରୋଗ୍ୟ ପାଇବା ନିମନ୍ତେ ଏଠାରେ ପୁଜା କରାଯାଇ ଆସୁଥିବାର ବିଶ୍ୱାସ ରହିଛି । ବାଇଟ୍-ବବିତା ଚୌଧୁରୀ(ଭକ୍ତ-ବ୍ରହ୍ମପୁର) ଯାତ୍ରା ସମୟରେ ମାଆ ଙ୍କର ଧର୍ମଜେଣ୍ଡା ସ୍ଥାପନ ପରେ ହିଁ ପ୍ରତେକ ସଂନ୍ଧ୍ୟାରେ କରାଯାଉଥିବା ଘଟ ପରିକ୍ରମା ସମୟରେ ଆରମ୍ଭ ହୋଇଥାଏ ବିଭିନ୍ନ ସାହିରେ ରଥ କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ।

Bhadrak Tension: 45 Platoons Police Force Start Flag March In The Town

Bhadrak Tension: 15 Platoons Police Force Start Flag March In The Town. Central Forces To Be Deployed

Odisha BJP Camp Excited After Panchayat Polls Result

ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଉତ୍ସାହିତ ଅଛି ବିଜେପି କ୍ୟାମ୍ପ. ଆଉ ସେପଟେ ସ୍ଥିତି ସମୀକ୍ଷା କରୁଛି ବିଜେଡ଼ି . ୨୦୧୯ କ୍ଷମତା ଦଖଲ ପାଇଁ ବିଜେପି ଓଡ଼ିଶାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳୀୟ କର୍ମୀଙ୍କୁ ବାଡି ପକେଇ ଜଗିବାକୁ ନବୀନ କଲେ ୱାନ୍ ଟୁ ୱାନ୍. ହେଲେ ପୁଣି ନବୀନଙ୍କୁ ଚାଲେଞ୍ଜ ଦେବା ପାଇଁ ମୋଦିଙ୍କ ଗସ୍ତ ପୂର୍ବରୁ ଓଡ଼ିଶା ଗସ୍ତ କରିବେ ୧୧ କେନ୍ଦ୍ର ମନ୍ତ୍ରୀ ଓ ୧୦ ସାଂସଦ. ଲୋକାଭୀମୁଖୀ କେନ୍ଦ୍ରୀୟ ଯୋଜନା ଗୁଡିକର କାର୍ଯ୍ୟକୁ ତଦାରଖ କରିବେ. ପଞ୍ଚାୟତ ପରାଜୟ ପରେ ବିଜେଡ଼ି କରୁଛି ସମୀକ୍ଷା. ଏଥର ଦଳୀୟ ନେତା କିମ୍ବା ବ୍ୟୁରୋକାର୍ଟଙ୍କ ଉପରେ ଆଉ ଭରସା କରିପାରି ନାହାନ୍ତି ନବୀନ . ଏପ୍ରିଲ ୨ ତାରିଖରୁ ସିଧା ସଳଖ ନବୀନ ଓହ୍ଲାଇଛନ୍ତି ମଇଦାନରେ. ନବ ନିର୍ବାଚିତ କର୍ମୀଙ୍କୁ ଡାକି ଦଳୀୟ ଲାକୁନା ପଚାରି ବୁଝୁଛନ୍ତି . ଏଥି ସହିତ ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇ ରହିବାକୁ ଦେଉଛନ୍ତି ଗୁରୁମନ୍ତ୍ର. ଯାହାକୁ ନେଇ ଉତ୍ସାହିତ ଅଛନ୍ତି ଦଳୀୟ ନେତା ଓ କର୍ମୀ . ଏହି ପରିପ୍ରେକ୍ଷିରେ ଦ୍ୱିତୀୟ ଦିନରେ ମୟୂରଭଞ୍ଜର ନବ ନିର୍ବାଚିତ ପଞ୍ଚାୟତ କର୍ମୀଙ୍କ ସହ କରିଛନ୍ତି ସବିଶେଷ ଆଲୋଚନା. ହେଲେ ସେପଟେ ନବୀନବାବୁଙ୍କ ଏହି ଷ୍ଟାଟିଜିକୁ ଚେକ୍ ଦେବା ପାଇଁ ପ୍ରସ୍ତୁତ ହୋଇସାରିଛି ବିଜେପି . ମୋଦିଙ୍କ ଗସ୍ତ ପୂର୍ବରୁ ୧୧ କେନ୍ଦ୍ରମନ୍ତ୍ରୀ ଓ ୧୦ ସାଂସଦଙ୍କୁ ଓଡ଼ିଶା ପଠାଉଛି ମୋଦି ସରକାର. ଲୋକଙ୍କ ପାଖରେ ପହଞ୍ଚି କେନ୍ଦ୍ରୀୟ ଯୋଜନା କିଭଳି ପରିଚାଳନା ହେଉଛି ସେ ନେଇ କରିବେ ସରଜମିନ ତଦନ୍ତ. ଏଥି ସହିତ ରାଜ୍ୟ ସରକାର ବାଟମାରଣା କରୁଥିବା ଯୋଜନାକୁ ଲୋକଲୋଚନକୁ ଆଣିବାକୁ ମଧ୍ୟ ପ୍ରୟାସ କରିବେ ଏହି ମୋଦି ଟିମ୍ . ପଞ୍ଚାୟତ ନିର୍ବାଚନରେ ବିଜେପିକୁ ସମର୍ଥନ ପାଇଁ ଓଡିଶାବାସୀଙ୍କ ମଧ୍ୟ ଜଣାଇବେ କୃତଜ୍ଞତା. କ୍ଷମତା ଦଖଲ କରିବାକୁ ପ୍ରସ୍ତୁତ ହେଉଛି ବିଜେପି. ଆଉ ଆଶନ ବଞ୍ଚାଇବା ପ୍ରୟାସରେ ଜୁଟିଯାଇଛି ବିଜେଡ଼ି. ଜନତା ଜନାର୍ଦ୍ଦନଙ୍କୁ ମନାଇବା ପାଇଁ ଉଭୟ ଆରମ୍ଭ କରିଦେଇଛନ୍ତି ରେସ୍ . ହେଲେ ଏହି ରେସରେ କିଏ ବାଜିମାତ କରୁଛି ତାହା କହିବ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ.
View More