Print this page
02
July

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର

Written by 
Published in Odisha

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତ ଦେହ ଉଦ୍ଧାର । କଟକ ସେଲ୍‌ଟର ଛକ ବଙ୍ଗାଳି ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହା ଏକ ହତ୍ୟାକାଣ୍ଡବୋଲି ପୋଲିସ ଅନୁମାନ କରୁଛି । ଘଟଣାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଜମି ବିବାଦକୁ ନେଇ ହତ୍ୟା ଘଟଣା ବୋଲି ସନ୍ଦେହ କରୁଛି କମିଶନରେଟ ପୋଲିସ ।  ଘଟଣାରେ ସନ୍ଦେହ ଘେରକୁ ଆସିଥିବା ମୃତ ଯୁବତୀଙ୍କ ଭଉଣୀ ଓ ଜ୍ୱାଇଁଙ୍କୁ ଅଟକ ରଖି ପଚରା ଉଚରା ମଧ୍ୟ ଆରମ୍ଭ କରିଛି ପୋଲିସ ।

ଚଟାଣ ଉପରେ ପଡିଛି ଯୁବତୀଙ୍କ ମୃତ ଦେହ... । ଘରର ବିଭିନ୍ନ ସ୍ଥାନରେ ପଡିଛି ରକ୍ତର ଛିଟା... । ଏଭଳି କିଛି ବିଭତ୍ସ ହତ୍ୟାକାଣ୍ଡ ଘଟଣା ଦୃଶ୍ୟ ଆଜି ଦେଖିବାକୁ ମିଳିଛି କଟକ ସେଲଟରଛକସ୍ଥିତ ବଙ୍ଗାଳୀ ସାହି ରେ..... । ମୃତ ଯୁବତୀ ଜଣଙ୍କ ହେଲେ ନିଲିମା ସାହା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ର ଲୋକଙ୍କ ଭିଡ ଲାଗିଥିଲା ଘଟଣା ସ୍ଥଳରେ । ତେବେ ପରିବାର ଲୋକଙ୍କ କହିବା ଅନୁସାରେ ଆଜି ଭୋର ସମୟରେ ୩ ଜଣ ଯୁବକ ଆସି ଏହି କାଣ୍ଡ ଘଟାଇଛନ୍ତି । ମାରାଣାତ୍ମକ ଆକ୍ରମଣ କରିଥିବା ୩ ଜଣ ଯୁବକ ରେନିକୋଟ ପିନ୍ଧି ଆସିଥିବାରୁ ସେମାନଙ୍କ ମୁହଁ ସହଜରେ ଦେଖି ପାରି ନ ଥିବା କଥା କହିଛନ୍ତି ମୃତ ଯୁବତୀଙ୍କ ସାନ ଭଉଣୀ ।

ଅପରପଟେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଘଟଣାକୁ କିଛି ଆଲଗା ବୟାନ କରୁଛି । କାରଣ ମୃତ ଯୁବତୀଙ୍କ ଭଉଣୀ ଓ ଭାଇ ଦେଉଥିବା ବୟାନ ରେ କୌଣସି ତାଳମେଳ ରହୁନଥିବା ଏବଂ ସିସିଟିଭିରେ ମଧ୍ୟ ସେଭଳି କୌଣସି ଲୋକଙ୍କ ଗତିବିଧି ନଥିବା ପୋଲିସର ସନ୍ଦେହକୁ ଦୃଢିଭୂତ କରିଛି ଯାହାଫଳରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ ମୃତ ଯୁବତୀଙ୍କ ସାନ ଭଉଣୀ ଓ ତାଙ୍କ ସ୍ୱାମୀ । ପ୍ରାଥମିକ ତଦନ୍ତରେ ପୋଲିସ ଏହି ସମସ୍ତ ଘଟଣା ପଛରେ ଜମି ବିବାଦ ରହିଥିବା ଜଣାପଡିଛି । ।ତେବେ ଏହି ଘଟଣା ର ଅଧିକ ତଦନ୍ତ ପାଇଁ ତତ୍‌କ୍ଷଣାତ୍‌ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ।ଜମି ବିବାଦ ପୁଣି ଦୁଇ ଭଉଣୀଙ୍କ ମଧ୍ୟରେ ଗତ ୩ ବର୍ଷ ହେବ ରହିଥିଲା ବୋଲି ଜାଣିବାକୁ ପାଇଛି ପୋଲିସ । ତେବେ ଅଧିକ ପଚରା ଉଚରା ଲଗି ମୃତ ଯୁବତୀଙ୍କ ସାନ ଭଉଣୀ ଓ ଜ୍ୱାଇଁକୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି ।

ସ୍ଥାନୀୟ ଲୋକଙ୍କ ବୟାନ ଓ ସିସିଟିଭି ଫୁଟେଜ ଆଦି କୁ ଜବତ କରି ପୋଲିସ ତଦନ୍ତ ଆଗକୁ ବଢାଇଛି ।  ତେବେ ପୋଲିସ ତଦନ୍ତ ଆଗକୁକେଉଁ ମୋଡ ନେଇ ତାହା ପରବର୍ତ୍ତୀ ସମୟରେ ଜଣାପଡିଛି ।

Read 1513 times
Rate this item
(0 votes)
MBCTv Bureau

Latest from MBCTv Bureau

Related items