କୌଣସି ଶିକ୍ଷକଙ୍କୁ ମୁଲ୍ୟାୟନ କେନ୍ଦ୍ର ମଧ୍ୟକୁ ଯିବାକୁ ଦେଉ ନାହାଁନ୍ତି ମିଳିତ ସଙ୍ଘର କର୍ମକର୍ତ୍ତା ।ଶିକ୍ଷକମାନଙ୍କୁ ବୁଝାସୁଝା କରିବା ପାଇଁ ବି.ଏନ.ହାଇସ୍କୁଲରେ ଡିଇଓ ଆସି ପହଞ୍ଚିଥିଲେ ।ଜିଲ୍ଲାରେ 2ଟି ମୁଲ୍ୟାୟନ କେନ୍ଦ୍ର ଥିବା ବେଳେ,କେବଳ ବି.ଏନ.ହାଇସ୍କୁଲରେ ଶିକ୍ଷକମାନେ ମୁଲ୍ୟାୟନକୁ ବିରୋଧ କରୁଥିବା ସେ କହିଛନ୍ତି ।ହେଲେ,ମୁଲ୍ୟାୟନ ବିରୋଧକୁ ପ୍ରତ୍ୟାହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।ଏଥିସହ, ଆସନ୍ତାକାଲିଠାରୁ ମ୍ୟାଟ୍ରିକ୍ ଖାତା ଦେଖା ସୁରୁଖୁରୁରେ ଆରମ୍ଭ ହେବ ବୋଲି ସେ କହିଥିଲେ ।ଅନ୍ୟଥା ଅନ୍ୟ ଶିକ୍ଷକମାନଙ୍କୁ ନେଇ ଖାତାଦେଖା ଆରମ୍ଭ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।ହେଲେ,ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ନହେବା ଯାଏ,ପରୀକ୍ଷା ମୁଲ୍ୟାୟନକୁ ସମ୍ପୁର୍ଣ୍ଣ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।