ଉଦ୍-ଘାଟନ ହେଲା ଭୁବନେଶ୍ୱର କମାଣ୍ଡ ସେଣ୍ଟର । ସ୍ମାଟ ସିଟି ଭୁବନେଶ୍ୱରକୁ ଅଧିକ ସ୍ମାର୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଭୁବନେଶ୍ୱର ଅପରେସନ ସେଣ୍ଟର ସମତେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଏହି କମାଣ୍ଡ ସେଣ୍ଟର ଉଦଘାଟିତ ହୋଇଛି . ଭୁବନେଶ୍ୱର ଅପରେସନ ସେଣ୍ଟର ଆରମ୍ଭ ଦ୍ୱାରା ରାଜଧାନୀର ପ୍ରମୂଖ ସ୍ଥାନରେ ଯେଉଁଠାରେ ଜନଗହଳି ଅତ୍ୟଧିକ ରହୁଛି ସେଠାରେ ଲୋକଙ୍କ ଗିତିବିଧି ଏବଂ ସମସ୍ୟାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ଏହି ସେଣ୍ଟର କାର୍ଯ୍ୟକ୍ଷମ ହେବାଦ୍ୱାରା ରାଜଧାନୀର ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଗମନା ଗମନ, ଅତ୍ୟାବଶ୍ୟକ ସେବା, ବିପର୍ୟ୍ୟୟକୁ ପରିଚାଳନା କରିବା ସହଜ ହେବ । ପୋଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଓ ଅନ୍ୟାନ୍ୟ ଏଜେନ୍ସି ସହ ସମନ୍ୱୟ ରଖି ଏସବୁ କାର୍ୟ୍ୟ ସମ୍ପାଦିତ କରାଯିବ । ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ । ଏହା ସହ ଶହୀଦ ନଗରରେ ସ୍ମାର୍ଟ ପାର୍କ ଏବଂ ଏଜି ଛକରେ ସୌରଚାଳିତ ଆଡାଫ୍ଟିଡ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦଘାଟନ, ଶହୀଦନଗରଠାରେ ଦିବ୍ୟାଙ୍ଗ ଶିଶୁମାନଙ୍କ ପାଇଁ ନିର୍ମାଣ ହେବାକୁଥିବା ସ୍ୱତନ୍ତ୍ର ସେନସରୀ ପାର୍କ ଓ ବାପୁଜୀ ନଗରରେ ହେବାକୁଥିବା ସମନ୍ୱିତ ଜନସେବାକେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।