Print this page
16
April

ରବିନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ଅନୁଷ୍ଠାନ ପକ୍ଷରୁ ୪୦ ତମ ବୈଶାଖୀ ମହୋତ୍ସବ

Written by 
Published in Odisha

ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ପାଳିତ ହୋଇଛି ୪୦ ତମ ବୈଶାଖୀ ମହୋତ୍ସବ । ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ମହୋତ୍ସବ । ଓଡିଆ ନବ ବର୍ଷ ପାଳନ ଅବସରରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ ଆରମ୍ଭରୁ ରବିନ୍ଦ୍ର ମଣ୍ଡପରେ ରଥଯାତ୍ରାର ଦୃଶ୍ୟ ମନ ମୋହିଥିଲା । ଘଣ୍ଟୁଆଙ୍କ ଘଣ୍ଟ ମାଡ ସାଙ୍ଗକୁ ଗୋଟି ପୁଅ ନୃତ୍ୟ ଆସରରେ ମଣ୍ଡପ ଭିତରକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ । ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ ମଣ୍ଡପ ଭିତରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ମହୋତ୍ସବ ସଂଧ୍ୟାକୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଉଦଘାଟିତ କରି ଉଦବୋଧନ ଦେଇଥିଲେ . ବୈଶାଖୀ ମହୋତ୍ସବର ଉଦଘାଟିତ ସଂଧ୍ୟାରେ ମଣ୍ଡପରେ ଓଡିଶୀ ନୃତ୍ୟ ପରିବେଶଣ ହୋଇଥିଲା . ଓଡିଶୀ ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି ଜୀବନ କ୍ଷଣ ଭଙ୍ଗରୁକୁ ନେଇ ଆଧାରିତ ସଂସାର ପରିବେଷଣ କରିଥିଲେ । ଘଟଣା ଓ ଦୁର୍ଘଟଣାକୁ ସମ ଜ୍ଞାନରେ ଗ୍ରହଣ କରିବା ନେଇ ଏହି ନୃତ୍ୟରେ ବାର୍ତ୍ତା ଦେଇଥିଲେ । ଏହାସହ ଗୁରୁ ବନ୍ଦନାକୁ ନେଇ ଗୋଟିପୁଅ ନୃତ୍ୟ ପରିବେଷଣ କରିଥିଲେ କଳାକାର । ଓଡିଶୀ, ଗୋଟିପୁଅ ସାଙ୍ଗକୁ ଜଗନ୍ନାଥଙ୍କ ପହଣ୍ଡି ଦର୍ଶକଙ୍କ ମନକୁ ବେଶ ଛୁଇଁ ଥିଲା । ଏହି ମହୋତ୍ସବରେ ୧୬ଜଣଙ୍କୁ ଚିନ୍ତା ଓ ଚେତନା ପକ୍ଷରୁ ଜାତୀୟ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୯ ଜଣଙ୍କୁ ବୈଶାଖୀ ସମ୍ମାନରେ ସମ୍ମାନିତ କରାଯାଇଥିଲା. ଏହାସହ ଅତିଥିମାନେ ସାଇବାବା ଓ ବାସ୍ତୁ ବିଚାରକୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଥିଲେ ।

Read 23 times
Rate this item
(0 votes)
MBCTv Bureau

Latest from MBCTv Bureau

Related items