Print this page
15
May

ଫନି ପ୍ରଭାବରେ ନିମାପଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

Written by 
Published in Odisha

ଫନି ପ୍ରଭାବରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାର ହଜାର ସଂଖ୍ୟାରେ ନଡିଆ ଗଛମାନ ଉପୁଡ଼ି ପଡ଼ିଥିବା ବେଳେ ଶହଶହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ହଜାର ହଜାର ସଂଖ୍ୟାରେ କଚା ଏବଂ ଆଜବେଷ୍ଟସ ଘର ଧୁଳିସାତ ହୋଇଯାଇଛି । ଉଚ୍ଚୁପୁର ଅଞ୍ଚଳରେ ବିଶେଷ ଭାବରେ ନଡିଆ ଚାଷ ପ୍ରଭାବିତ ହୋଇଛି । ନଡିଆ ଚାଷୀ ମାନେ ନଡିଆ ବିକ୍ରିକରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଫନୀ ବତ୍ୟାରେ ନଡିଆ ଗଛ ଗୁଡିକ ଭାଙ୍ଗି ପଡିବାରୁ ଚାଷୀ ମାନେ ସେମାନଙ୍କର ଜିବିକା ହରାଇଥିବା ଅଭିଯୋଗ କରିଛନ୍ତି ନଡିଆ ଚାଷୀ । ରିଲିଫ ବାବଦକୁ ୫୦କେଜି ଚାଉଳ,ଘରପାଇଁ ପଲିଥିନ ଓ ୨୦୦୦ଟଙ୍କା ପାଇଥିବା ବେଳେ ସରକାରଙ୍କ ତରଫରୁ ଯଦି ନଡିଆଗଛ ଚାରା ଯୋଗାଇ ଦିଆଯାଏ ତାହାଲେ ଚାଷୀ ମାନେ ପୁଣିଥରେ ସେମାନଙ୍କର ଜିବିକା ଆରମ୍ଭ ପାଇଁ ଚେଷ୍ଟା କରିପାରନ୍ତେ ବୋଲି ସେମାନେ କୁହନ୍ତି ।

Read 43 times
Rate this item
(0 votes)
MBCTv Bureau

Latest from MBCTv Bureau

Related items


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490