ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ବହୁ ଚର୍ଚ୍ଚିତ ଫିଲ୍ମ ଧଡକ . ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ହିନ୍ଦୀ ମ୍ୟୁଜିକାଲ ରୋମାଣ୍ଟିକ ଡ୍ରାମା ଫିଲ୍ମ ଧଡକ .ଏହାର ପ୍ରଯୋଜନା କରିଛି ଧର୍ମା ପ୍ରଡକ୍ସନ ଓ ଜି ଷ୍ଟୁଡିଓ .ଫିଲ୍ମର ଲିଡ୍ ରୋଲରେ ଜାହ୍ନବୀ କପୁର, ଇଶାନ୍ ଖତର ଓ ଆଶୁତୋଷ ରାଣାଙ୍କୁ ଦେଖିବାକୁ ମିଳିଛି .ଏହା ବ୍ୟତିତ ଅନ୍ୟାନ ପ୍ରମୁଖ ରୋଲରେ ଅଙ୍କିତ ବିଷ୍ଟ୍, ଆଦିତ୍ୟ କୁମାର, ଐଶର୍ଯ୍ୟା ନାକରର ଓ ଖରଜ ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଛି .ଧଡକ ୨୦୧୬ରେ ରିଲିଜ ହୋଇଥିବା ମରାଠୀ ଫିଲ୍ମ...ସଇରତ ର ରିମେକ୍ ହୋଇଥିବା ବେଳେ ଏହି ଫିଲ୍ମ ମାଧ୍ୟାମରେ ବଲିଉଡରେ ଡେବ୍ୟୁ କରିଛନ୍ତି ଶ୍ରୀଦେବୀ ଓ ବୋନି କପୁରଙ୍କ ବଡଝିଅ ଜାହ୍ନବୀ .ଭାରତର ଜାତିପ୍ରଥା ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେଶିତ ହୋଇଛି .ଏଥିରେ ଇଶାନ୍ ଓ ଜାହ୍ନବୀଙ୍କ ଅନସ୍କ୍ରିନ ରୋମାନ୍ସ ଏବଂ ତା ପରର ଟ୍ରାଜେଡି ମୁଖ୍ୟ ଆକର୍ଷଣ ରହିଛି .ଫିଲ୍ମ ରିଲିଜ ପୂର୍ବରୁ ଏହାର ଟ୍ରେଲର ସହ ଟାଇଟଲ ଟ୍ରାକ୍ ଓ ଝିଙ୍ଗାଟ୍ ଗୀତ ବେଶ ଚର୍ଚ୍ଚାରେ ରହିଥିବାରୁ ଧଡକ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଏହାର ପୁରା ଟିମ୍ .