ଚଳିତ ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ । ପ୍ରଥମ ଦଳ ଭାବେ ଫ୍ରାନ୍ସ ଫାଇନାଲରେ ପହଞ୍ଚିଛି । ଗତକାଲି ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ବେଲଜିୟମ୍ କୁ ୧-୦ରେ ପରାସ୍ତ କରିଛି ଫ୍ରାନ୍ସ । ଏହାସହ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ ଜିତିବାକୁ ଦଳ ସୁଯୋଗ ପାଇଛି । ଏହାପୂର୍ବରୁ ୧୯୫୮ରେ ଫ୍ରାନ୍ସ ବିଶ୍ୱବିଜୟୀ ହୋଇଥିଲା । ...ସେପଟେ ଆଜି ଖେଳାଯିବ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ମୁହାମୁହିଁ ହେବେ ଇଂଲଣ୍ଡ ଓ କ୍ରୋଏସିଆ । ତେବେ ରବିବାର ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ । ଫ୍ରାନ୍ସ ଓ ଆଜିର ବିଜୟୀ ଦଳ ମଧ୍ୟରେ ହେବ ଫାଇନାଲ ଟକ୍କର ।
ଫିଫା ବିଶ୍ୱକପ୍ ର ଚତୁର୍ଥ କ୍ୱାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି କ୍ରୋଏସିଆ । ଋଷ ଓ କ୍ରୋଏସିଆ ମଧ୍ୟରେ ରୋମାଞ୍ଚକର କ୍ୱାର୍ଟର ଫାଇନାଲ ମୁକାବିଲା ନିର୍ଦ୍ଦାରିତ ସମୟରେ ମ୍ୟାଚ୍ ୨-୨ ଗୋଲରେ ସମାନ ଅବସ୍ଥାରେ ରହିଥିଲା । ଫଳାଫଳ ପାଇଁ ଅତିରିକ୍ତ ସମୟ ୫ ମିନିଟ୍ ଦିଆଯାଇଥିଲା । ଏଥିରେ ପରଷ୍ପର ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ଏହା ୧-୧ରେ ଅମିମାଂଶୀତ ହେଲା । ଶେଷରେ ଫଳାଫଳ ପାଇଁ ସୁଟ୍ ଆଉଟର ସାହାରା ନିଆଯାଇଥିଲା । ତେବେ ଏଥିରେ ବାଜି ମାରିନେଇଥିଲା କ୍ରୋଏସିଆ । ମୋଟ୍ ୫ଟି ସଟରୁ କ୍ରୋଏସିଆ ୪ଟି ଗୋଲ୍ କରିଥିଲା । ତେବେ ଜବାବରେ ଆୟୋଜକ ଋଷିଆ ମାତ୍ର ୩ଟି ଗୋଲ୍ ସ୍କୋର କରି ପାରିଥିଲା । ଫଳରେ କ୍ରୋଏସିଆ ସୁଟଆଉଟରେ ୪-୩ରେ ବିଜୟୀ ହୋଇ , ଫିଫା ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଛି । ଏଥି ସହିତ ଆୟୋଜକ ଋଷିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି । ଋଷିଆ ଲିଗରୁ ଆରମ୍ଭ କରି ପ୍ରିକ୍ୱାର୍ଟର ଯାଏଁ ଚମତ୍କାର ପ୍ରଦର୍ଶନ କରିଥିଲା । କ୍ୱାର୍ଟର ଫାଇନାଲରେ କ୍ରୋଏସିଆକୁ କଡା ଟକ୍କର ଦେଇଥିଲେ ମଧ୍ୟ ଶେଷରେ ଭାଗ୍ୟ ସାଥ୍ ଦେଇନଥିଲା । ଫିଫା ବିଶ୍ୱକପ୍ ସେମି ଫାଇନାଲରେ କ୍ରୋଏସିଆ ଇଂଲଣ୍ଡକୁ ଭେଟିବ । ଆସନ୍ତା ଜୁଲାଇ ୧୧ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ।
ଫିଫା ୱାର୍ଲଡ କପ୍ ପ୍ରି-କ୍ୱାର୍ଟରରେ ପହଞ୍ଚିଛି ଆର୍ଜେଣ୍ଟିନା । ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ୨-୧ ଗୋଲରେ ନାଇଜିରିଆକୁ ପରାସ୍ତ କରିଥିଲା । ସେଣ୍ଟପିଟର୍ସବର୍ଗ ଷ୍ଟାଡିୟମରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚର ୧୪ତମ ମିନିଟରେ ଲିଓନେଲ ମେସି ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ହେଲେ ହାଫଟାଇମ ନାଇଜିରିଆର ଭିକ୍ଟର ମୋଜେସ ଏକ ପେନାଲ୍ଟି ବଳରେ ଗୋଲ ପରିଶୋଧ କରିଦେଇଥିଲେ । ଏହାପରେ ଆର୍ଜେଣ୍ଟିନା ଅଧିକ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ନାଇଜିରିଆ ଗୋଲପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ତେବେ ଖେଳ ଶେଷ ହେବାର ମାତ୍ର ୩ ମିନିଟ ପୂର୍ବରୁ ଆର୍ଜେଣ୍ଟିନାର ମାର୍କସ ରୋଜୋ ଗୋଲ ସ୍କୋର କରି ଦଳର ବିଜୟ ନିଶ୍ଚିତ କରିଥିଲେ । ଏହି ମ୍ୟାଚରେ ପ୍ରଥମ ଗୋଲ ସ୍କୋର କରିବା ସହ ମେସି ଫର୍ମକୁ ଫେରିଛନ୍ତି । ଅପରପକ୍ଷେ ଗ୍ରୁପ ଡି ର ଅନ୍ୟ ଏକ ମ୍ୟାଚରେ କ୍ରୋଏସିଆ ଦଳ ଆଇସଲ୍ୟାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଥିଲା । ଏହାଛଡା ମଙ୍ଗଳବାର ହୋଇଥିବା ଅନ୍ୟ ଦୁଇଟି ମ୍ୟାଚରେ ପେରୁ ୨-୦ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଫ୍ରାନ୍ସ ଓ ଡେନମାର୍କ ମ୍ୟାଚ ଡ୍ର ରହିଥିଲା । ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନରା ମୁକାବିଲା ଫ୍ରାନ୍ସ ଏବଂ କ୍ରୋଏସିଆର ମୁକାବଲା ଡେନମାର୍କ ସହ ହେବ ।
ଆୟାର୍ଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ଭାରତ । ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ବୁଧବାର ଆୟର୍ଲାଣ୍ଡକୁ ଭେଟିବ । ଏହାପୂର୍ବରୁ କ୍ୟାପଟେନ୍ କୋହଲି ଓ ଫର୍ମରେ ଥିବା ଲୋକେଶ ରାହୁଲ୍ ମଙ୍ଗଳବାର ନେଟ୍ସରେ ଜୋର୍ଦାର ଅଭ୍ୟାସ କରିଥିଲେ । ଏହାଛଡା ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଭ୍ୟାସ କରିଥିଲେ । ଆୟାର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ରାହୁଲ୍ଙ୍କ ସ୍ଥାନ ସୁରକ୍ଷିତ ଥିଲାବେଳେ ମନୀଷ ପାଣ୍ଡେ, ସୁରେଶ ରାଇନା ଓ ଦୀନେଶ କାର୍ତ୍ତିକ ମଧ୍ୟରୁ ଦୁଇ ଜଣ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି କୋହଲି କହିଛନ୍ତି । ଅପରପକ୍ଷେ ଦୁଇ ସ୍ପିନର ଯଜୁବେନ୍ଦ୍ର ଚହଲ୍ ଓ କୁଲ୍ଦୀପ୍ ଯାଦବଙ୍କୁ ମଧ୍ୟ ଦଳରେ ରଖିବାକୁ କୋହଲି ପସନ୍ଦ କରିଛନ୍ତି । ଏହାଛଡା ଯଶପ୍ରୀତ ବୁମରା ଏବଂ ଭୁବନେଶ୍ୱର କୁମାର ପେସ୍ ବୋଲିଂ ସମ୍ଭାଳିବେ ।