ସ୍ୱିସ୍ ବ୍ୟାଙ୍କରେ ବଢ଼ୁଛି ଭାରତୀୟଙ୍କ ଜମାରାଶି

ସ୍ୱିସ୍ ବ୍ୟାଙ୍କକୁ ନେଇ ଭାରତରେ ସବୁବେଳେ ଚର୍ଚ୍ଚା | ଏବେ ପୁଣି ଚର୍ଚ୍ଚାକୁ ଆସିଛି  ସ୍ୱିସ୍ ବ୍ୟାଙ୍କ | କାରଣ ସ୍ୱିସ୍ ବ୍ୟାଙ୍କରେ ଦିନକୁ ଦିନ ବଢ଼ୁଛି ଭାରତୀୟଙ୍କ ଜମାରାଶି | କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଜମା ରାଶି ବୃଦ୍ଧି ପାଇ ୩୦ ହଜାର ୫୦୦ କୋଟିରୁ ଅଧିକ ହୋଇଛି । ଯାହାକି ଗତ ୧୪ ବର୍ଷରେ ଭାରତୀୟଙ୍କ ସର୍ବାଧିକ ଜମା ରାଶି ବୋଲି ସ୍ଵିଜରଲ୍ୟାଣ୍ଡ୍‌ କେନ୍ଦ୍ରୀୟ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି | ୨୦୨୧ରେ ସବୁ ବର୍ଗରେ ଜମା ବଢ଼ିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି | ତେବେ ଏହି ତଥ୍ୟରୁ ଜଣାପଡୁଛି, ଆମ ଭାରତୀୟମାନେ ସ୍ଵିଜରଲ୍ୟାଣ୍ଡ୍‌ ବ୍ୟାଙ୍କକୁ ଅଧିକ ଭରସାଯୋଗ୍ୟ ଭାବୁଛନ୍ତି | ତେଣୁ ଭାରତୀୟ ବ୍ୟାଙ୍କ ଅପେକ୍ଷା ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି |  ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଭାରତରେ ଅନେକ ଜାତୀୟସ୍ତରର ବ୍ୟାଙ୍କ ଥିଲେ ମଧ୍ୟ ଲୋକେ  ସ୍ୱିସ୍ ବ୍ୟାଙ୍କରେ କାହିଁକି ଟଙ୍କା ଜମା କରୁଛନ୍ତି ? ତେବେ ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା କରିବା ପଛରେ ମଧ୍ୟ   ରହିଛି  ଅନେକ କାରଣ |   ସ୍ଵିଜରଲ୍ୟାଣ୍ଡର  ଅର୍ଥବ୍ୟବସ୍ଥା  ବିଶ୍ୱର ସବୁଠାରୁ ସ୍ଥିର ଅର୍ଥବ୍ୟବସ୍ଥା| ଲୋକଙ୍କ ଜମାରାଶି ଏଠାରେ ସବୁଠୁ ଅଧିକ ସୁରକ୍ଷିତ ବୋଲି ବିଶ୍ୱାସ କରାଯାଏ | ଏହାବ୍ୟତୀତ  ସ୍ୱିସ୍ ବ୍ୟାଙ୍କ ଜରିଆରେ ଲୋକେ ମୋଟା ଅଙ୍କର ଅର୍ଥ ନେଣଦେଣ କରିପାରନ୍ତି | ତେବେ ସ୍ୱିସ୍ ବ୍ୟାଙ୍କ ତାର ପ୍ରାଇଭେଟ ପଲିସି ପାଇଁ ମଧ୍ୟ ସାରା ବିଶ୍ୱରେ ବେଶ ଚର୍ଚ୍ଚିତ |  ସ୍ଵିଜରଲ୍ୟାଣ୍ଡ୍‌ ଦୁନିଆର ସବୁଠାରୁ ବିତ୍ତଶାଳୀ ଦେଶ ମଧ୍ୟରୁ ଗୋଟେ | ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କେନ୍ଦ୍ରସ୍ଥଳ ଭାବେ ମଧ୍ୟ ଜଣାଶୁଣା |  ୧୯୩୪ ବ୍ୟାଙ୍କିଂ ଆଇନ ଅନୁଯାୟୀ କୌଣସି ଗ୍ରାହକଙ୍କ ପରିଚୟ ଖୁଲାସା କରିବା ଏକ ଅପରାଧ | ବ୍ୟାଙ୍କ ତାର ଗ୍ରାହକଙ୍କ ତଥ୍ୟକୁ ଗୋପନ ରଖିଥାଏ | ଗ୍ରାହକଙ୍କ ତଥ୍ୟ କୌଣସି ପରିସ୍ଥିତିରେ ଲିକ ହୁଏ ନାହିଁ, ତାହା କେବଳ ବ୍ୟାଙ୍କ ଭିତରେ ହିଁ ସୀମିତ ରହିଥାଏ | ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା ରଖୁଥିବା ଗ୍ରାହକଙ୍କୁ ପଚରା ଯାଏନି କି ଏହି ଟଙ୍କା କେଉଁଠୁ ଆସିଲା  | ତେଣୁ ଏହି କାରଣରୁ ବିନା ଝିନଝଟରେ ଲୋକେ କୋଟି କୋଟି ଟଙ୍କା ଜମା କରିପାରନ୍ତି |  ଏପରିକି ଏଠାରେ ଟଙ୍କା ଜମା କରିବା ପାଇଁ ଅଧିକ ଡକୁମେଣ୍ଟର ଆଵଶ୍ୟକତା ପଡିନଥାଏ | ତେଣୁ ଲୋକେ  ସ୍ୱିସ୍ ବ୍ୟାଙ୍କରେ ନିଜର କଳାଧନ ଲୁଚାଇ ରଖନ୍ତି ବୋଲି  ଅଭିଯୋଗ ହୋଇଆସୁଛି | ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲା ବେଳେ କେବଳ ଆକାଉଣ୍ଟ ନମ୍ବରକୁ ନେଇ ଗ୍ରାହକଙ୍କ ସହ ଡ଼ିଲ କରାଯାଏ | ବ୍ୟାଙ୍କରେ ଗ୍ରାହକଙ୍କ ନାମ, ଠିକଣା ଓ ବୃତ୍ତି ବିଷୟରେ କୌଣସି ତଥ୍ୟ ଦେବାକୁ ପଡ଼େନି | ସେଥିପାଇଁ ଲୋକେ ଏହି ବ୍ୟାଙ୍କରେ ଜମାରାଶି ରଖିବାକୁ ଅଧିକ ପସନ୍ଦ କରିଥାନ୍ତି |  ଖାଲି ପଇସା ଵାଲା ଲୋକ ନୁହେଁ ୧୮ ବର୍ଷରୁ ଊର୍ଧ୍ୱ ଯେ କୌଣସି ଲୋକ  ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିପାରିବେ |  ତେବେ ସେମାନଙ୍କ ପାଖରେ ବୈଧ ପାସପୋର୍ଟ ଥିବା ଆବଶ୍ୟକ | ସ୍ଵିଜରଲ୍ୟାଣ୍ଡରେ  ୪୦୦ରୁ ଅଧିକ ବ୍ୟାଙ୍କ ରହିଛି ଯେଉଁଠାରେ ଲୋକେ ସେମାନଙ୍କର ଜମାରାଶି ରଖିଥାନ୍ତି |

ତେବେ ସ୍ଵିସ୍‌ ବ୍ୟାଙ୍କରେ ସର୍ବାଧିକ ଜମା ରଖିଥିବା ଶ୍ରେଷ୍ଠ ୧୦ଟି ଦେଶ ମଧ୍ୟରେ ରହିଛନ୍ତି ବ୍ରିଟେନ୍‌, ଆମେରିକା, ୱେଷ୍ଟ ଇଣ୍ଡିଜ, ଜର୍ମାନି, ଫ୍ରାନ୍ସ, ସିଙ୍ଗାପୁର, ହଂକଂ, ଲକ୍ସେମ୍ବର୍ଗ, ବାହାମାସ, ନେଦରଲ୍ୟାଣ୍ଡ୍‌, କେମ୍ୟାନ୍‌ ଦ୍ବୀପ ଓ ସାଇପ୍ରସ୍ । ଭାରତ ଏହି ତାଲିକାରେ ୪୪ତମ ସ୍ଥାନରେ ରହିଛି। ବ୍ୟାଙ୍କରେ ଭାରତୀୟଙ୍କ ଅର୍ଥ ଜମା ରାଶି ବଢିବାକୁ କେବଳ କଳାଧନ ବୃଦ୍ଧି କୁହାଯାଇ ନପାରେ ବୋଲି ବିତ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ତାଲିକାରେ ଚୀନ୍‌ ୨୪ତମ ଓ ରୁଷ୍‌ ୧୫ତମ ସ୍ଥାନରେ ରହିଛନ୍ତି। ସ୍ବିସ୍‌ ଏହି ବିଦେଶୀ ବ୍ୟାଙ୍କରେ ସର୍ବାଧିକ ଅର୍ଥ ଜମା ରଖିଛନ୍ତି ବ୍ରିଟେନ ବାସିନ୍ଦା। ବ୍ରିଟିଶ ନାଗରିକ ୨୦୨୦ ସୁଦ୍ଧା ୩୦.୪୯ ଲକ୍ଷ କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି। 

Leave a Reply

Your email address will not be published.