୨୦୩୦ ସୁଦ୍ଧା ଭାରତ ‘ଡ୍ରୋନ୍ ହବ୍’ରେ ପରିଣତ ହେବ: ମୋଦୀ

India will be a hub of drones by 2030: PM Modi

ଭାରତ ଡ୍ରୋନ ମହୋତ୍ସବ ୨୦୨୨କୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୩୦ ସୁଦ୍ଧା ଭାରତ ‘ବିଶ୍ୱସ୍ତରୀୟ ଡ୍ରୋନ୍‌ ହବ୍‌’ ରେ ପରିଣତ ହେବ ବୋଲି ଆଜି ଦିଲ୍ଲୀର ପ୍ରଗତି ମୈଦାନରେ ଡ୍ରୋନ୍‌ ଉତ୍ସବ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି। ଡ୍ରୋନ୍ ଟେକ୍ନୋଲୋଜି ସମ୍ବନ୍ଧରେ ଭାରତରେ ଯେଉଁ ଉତ୍ସାହ ଦେଖାଯାଉଛି ତାହା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି । ଏହା ଭାରତରେ ଏକ ଉଦୀୟମାନ ବୃହତ ନିଯୁକ୍ତି କ୍ଷେତ୍ରର ସମ୍ଭାବନାକୁ ଦର୍ଶାଉଥିବା ମୋଦି କହିଛନ୍ତି |

ପ୍ରଥମ ଥର ପାଇଁ ଭାରତରେ ଏପରି ଏକ ବଡ ଡ୍ରୋନ ଷ୍ଟାର୍ଟଅପର ଆୟୋଜନ କରାଯାଇଛି। ଯେଉଁଥିରେ ପ୍ରାୟ ୧୬୦୦ ଯୁବକ ପ୍ରତିନିଧୀ ଅଂଶ ଗ୍ରହଣ କରିଛନ୍ତି । ଏହି ମେଡ ଇନ ଇଣ୍ଡିଆ ଡ୍ରୋନ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ସହାୟକ ହେବ। ଦେଶର ସୀମା ସୁରକ୍ଷା ଓ କୃଷି କ୍ଷେତ୍ରରେ ଡ୍ରୋନ ଟେକନୋଲୋଜିର ବ୍ୟବହାର, ଦେଶର ବିଭିନ୍ନ ଅଂଚଳକୁ ମେଡିସିନ ପହଞ୍ଚାଇବା, ଲ୍ୟାଣ୍ଡ ମ୍ୟାପିଂ ଆଜି ଦିଗରେ ଏହି ମେଡ ଇନ ଇଣ୍ଡିଆ ଡ୍ରୋନର ବିଶେଷତ୍ବକୁ ଏହି ଡ୍ରୋନ ପ୍ରଦର୍ଶନୀରେ ଦର୍ଶାଯାଇଥିଲା। ଡ୍ରୋନ ଷ୍ଟାର୍ଟଅପର ଦେଖି ପ୍ରଧାନମନ୍ତ୍ରୀ ଏଥିରେ ଯୋଗ ଦେଇଥିବା ଯୁବ ପ୍ରତିନିଧୀ ମାନଙ୍କୁ ଅଶେଷ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ସମାଲୋଚନା କରି କହିଲେ ଯେ, ପୂର୍ବ ସରକାରମାନଙ୍କ ଅମଳରେ ପ୍ରଯୁକ୍ତିବିଦ୍ୟାକୁ ସମସ୍ୟା ବୋଲି ବିବେଚନା କରାଯାଉଥିଲା। ଏହାକୁ ଗରିବ-ବି‌ରୋଧୀ ବୋଲି ପ୍ରମାଣ କରିବାକୁ ଉଦ୍ୟମ ମଧ୍ୟ କରାଯାଇଥିଲା। ଏହି ହେତୁ, ୨୦୧୪ ପୂର୍ବ ଶାସନ ବ୍ୟବସ୍ଥାରେ ‌ପ୍ରଯୁକ୍ତିବିଦ୍ୟା ପ୍ରତି କେହି ଆଗ୍ରହୀ ନ ଥିଲେ। କିନ୍ତୁ ଏବେ ‘ପିଏଲ୍‌ଆଇ’ ଭଳି ଯୋଜନା ଜରିଆରେ ଆମେ ଭାରତରେ ଗୋଟାଏ ବଳିଷ୍ଠ ଡ୍ରୋନ୍‌ ନିର୍ମାଣକାରୀ ଇକୋସିଷ୍ଟମ୍‌ ତିଆରି କରିବାକୁ ଯାଉଛୁ ବୋଲି ମୋଦି କହିଥିଲେ |

1 thought on “୨୦୩୦ ସୁଦ୍ଧା ଭାରତ ‘ଡ୍ରୋନ୍ ହବ୍’ରେ ପରିଣତ ହେବ: ମୋଦୀ

Leave a Reply

Your email address will not be published.