ନାଇଟ୍‌ କ୍ଲବ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଚାଲିଗଲା ୪୦ ଜୀବନ

40 Injured In Thailand Nightclub Fire

ଥାଇଲ୍ୟାଣ୍ଡର ଏକ ନାଇଟ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଦକ୍ଷିଣ ପୂର୍ବରେ ଚୋନୁବୁରୀ ପ୍ରଦେଶର ସଟ୍ଟାହିପ୍‌ ଜିଲାରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି। ପୋଲିସ କର୍ନେଲ ୱାଟିପୋଙ୍ଗ ସୋମଜାଇଙ୍କ କହିବାନୁସାରେ, ଗତକାଲି ରାତି ପ୍ରାୟ ୧ଟା ସମୟରେ ମାଉଣ୍ଟେନ ବି ନାଇଟ କ୍ଲବରେ ନିଆଁ ଲାଗିଥିଲା। ନିଆଁ ଲାଗିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

Leave a Reply

Your email address will not be published.