ଇତିହାସ ରଚିଲେ ଭାରତୀୟ ନୌସେନାର ୫ମହିଳା ପାଇଲଟ୍‌

5 Navy women officers create history, complete 1st all-woman maritime reconnaissance and surveillance mission

 ଭାରତୀୟ ନୌସେନାର ମହିଳା ପାଇଲଟ୍‌ମାନେ ଇତିହାସ ସୃଷ୍ଟି କରିଛନ୍ତି। ୫ଜଣିଆ ମହିଳା ପାଇଲଟ୍‌ଙ୍କ ଟିମ୍‌ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

ଲେଫ୍‌ଟନାଣ୍ଟ କମାଣ୍ଡର ଆଞ୍ଚଲ ଶର୍ମା ଏହି ବିମାନର କ୍ୟାପ୍‌ଟେନ ଥିଲେ ଏବଂ ଲେଫ୍‌ଟନାଣ୍ଟ ଶିବାଙ୍ଗୀ ଏବଂ ଅପୂର୍ବା ଗୀତେ ତାଙ୍କର ପ୍ରମୁଖ ସହଯୋଗୀ ରହିଥିଲେ। ଏଥିସହ ଟାକ୍‌ଟିକାଲ୍‌ ଅଫିସର ଲେଫ୍‌ଟନାଣ୍ଟ ପୂଜା ପଣ୍ଡା ଏବଂ ସେନ୍‌ସର୍‌ ଅଫିସର୍‌ ପୂଜା ଶେଖାଵତ ମଧ୍ୟ ଏହି ଟିମ୍‌ରେ ରହିଥିଲେ। ମହିଳା ଅଫିସର୍‌ମାନେ ଏନେଇ ଅନେକ ମାସ ଧରି ଗ୍ରାଉଣ୍ଡ୍‌ ଟ୍ରେନିଂ ନେଇଥିଲେ। ଆଇଏନ୍‌ଏସ୍‌ ୩୧୪ ଗୁଜରାଟର ପୋରବନ୍ଦରରେ ଅବସ୍ଥିତ ଏକ ଫ୍ରଣ୍ଟଲାଇନ୍ ନାଭାଲ୍ ଏୟାର ସ୍କ୍ବାଡ୍ରନ୍।

Leave a Reply

Your email address will not be published.