କେରଳରେ ସାମ୍ନାକୁ ଆସିଲା ମଙ୍କିପକ୍ସର ତୃତୀୟ ମାମଲା

A third case of monkeypox was reported in Kerala

ପ୍ରଥମ ମାମଲା ମିଳିବାର ୪ ଦିନ ପରେ ଅର୍ଥାତ ଜୁଲାଇ ୧୮ ତାରିଖ ଦିନ ରାଜ୍ୟରେ ଦ୍ୱିତୀୟ ମାମଲା ମିଳିଥିଲା। ଯେଉଁବ୍ୟକ୍ତିଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଛି ସେ ୟୁଏଇରେ ଏହି ରୋଗରେ ଆକ୍ରାନ୍ତ ଜଣେ ରୋଗୀଙ୍କ ନିକଟରେ ଥିଲେ।ଏହି ବ୍ୟକ୍ତି ମଧ୍ୟ ଦୁବାଇରୁ ଫେରିଥିଲେ। ତାଙ୍କଠାରେ ମଧ୍ୟ ସମାନ ଲକ୍ଷଣ ଥିଲା ଓ ଉଭୟ ବିଦେଶରୁ ଫେରିବା ପରେ ଆକ୍ରାନ୍ତ ହୋଇଥିଲେ। ତେବେ ବିଶେଷଜ୍ଞଙ୍କ ଅନୁସାରେ ମଙ୍କିପକ୍ସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ଏହା କରୋନା ଭଳି ସଂକ୍ରାମକ ନୁହେଁ କି ଏହା ଅଧିକ ଜଟିଳ ମଧ୍ୟ ନୁହେଁ ।

ଚଳିତବର୍ଷ ଆମେରିକା ଓ ଇୟୁରୋପରେ ମଙ୍କିପକ୍ସର ପାଖାପାଖି ୬ ହଜାର ମାମଲା ମିଳିଥିଲା। ତେବେ ଏଥିରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇ ନାହିଁ ବୋଲି ଇଣ୍ଡିଆ ମେଡିକାଲ ଟାସ୍କ ଫୋର୍ସଙ୍କ ଜନୈକ ବିଶେଷଜ୍ଞ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି। ମଙ୍କିପକ୍ସ ସଂକ୍ରମିତ ପଶୁର ରକ୍ତ, ତା ଶରୀରର ଝାଳ ଅଥବା ତା ଘା ସହ ସିଧା ସମ୍ପର୍କରେ ଆସିଲେ ସଂକ୍ରମଣ ହୋଇଥାଏ। ତେବେ ମଣିଷଠୁ ମଣିଷକୁ ସଂକ୍ରମଣର ଏପର୍ଯ୍ୟନ୍ତ କମ ମାମଲା ମିଳିଛି ବୋଲି ସେ କହିଛନ୍ତି।

1 thought on “କେରଳରେ ସାମ୍ନାକୁ ଆସିଲା ମଙ୍କିପକ୍ସର ତୃତୀୟ ମାମଲା

Leave a Reply

Your email address will not be published.