ଆଦ୍‌ନାନଙ୍କ ସଂଘର୍ଷମୟ କାହାଣୀ

Adnan’s conflicting story

ଓଜନ ପାଇଁ ଜଣେ ସେଲିବ୍ରେଟି ହୋଇ ମଧ୍ୟ ଅଧିକାଂଶ ସମୟରେ ସେ ‘ବଡି ସେମିଂ’ର ଶିକାର ହେଉଥିବା ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ଆଦ୍‌ନାନ୍‌ ସାମୀ ଯେତିକି ଜଣାଶୁଣା ଥିଲେ, ତାଙ୍କର ବଢୁଥିବା ଓଜନ ପାଇଁ ବି ସେ ସେତିକି ଜଣାଶୁଣା ଥିଲେ। କିଛି ବର୍ଷ ତଳେ ଆଦ୍‌ନାନ୍‌ ୨୨୦ କିଲୋର ଥିବା ବେଳେ ଏବେ ସେ ତାଙ୍କ ଓଜଦ ହ୍ରାସ କରି ୭୫ କିଲୋ ହୋଇ ସଭିଙ୍କୁ ଚକିତ କରି ଦେଇଛନ୍ତି। ତାଙ୍କର ଏପରି ପରିବର୍ତ୍ତନର ଶ୍ରେୟ ତାଙ୍କ ଚେଷ୍ଟା ଓ ଶାରୀରିକ ବ୍ୟାୟାମକୁ ଯାଉଛି। ମାତ୍ର ଏତେ ଅଧିକ ଓଜନ ସେ କିପରି କମାଇ ପାରିଲେ? ଆସନ୍ତୁ ଜାଣିବା ଆଦ୍‌ନାନଙ୍କ ଫିଟ୍‌ନେସ୍‌ ଯାତ୍ରାର କାହାଣୀ।

୨୦୦୫ ମସିହାରେ ଆଦ୍‌ନାନ୍‌ ଅଚନକ ଇଣ୍ଡଷ୍ଟ୍ରିରୁ‌ କେଉଁଆଡ଼େ ଗାଏବ ହୋଇଗଲେ। ମାତ୍ର କିଛି ମାସ ତଳେ ଯେତେବେଳେ ସେ ଲୋକଙ୍କ ସାମ୍ନାକୁ ଆସିଥିଲେ ତ ତାଙ୍କୁ ଦେଖି ଲୋକ ଚକିତ ହୋଇ ଯାଇଥିଲେ । ତାଙ୍କୁ ଆଦୌ ବି ଚିହ୍ନି ପାରିନଥିଲେ। ଆଦ୍‌ନାନ୍‌ ୨୦୦୫ ମସିହାରେ ସର୍ଜରୀ କରାଇଥିଲେ। ସେହି କାରଣରୁ ତାଙ୍କୁ ଦୀର୍ଘ ୩ ମାସ ଧରି ବିଛଣାରେ ପଡ଼ି ରହିବାକୁ ପଡ଼ିଲା। ତାଙ୍କ ଶରୀରରେ ଚର୍ବି ଏତେ ବଢ଼ି ଯାଇଥିଲା ଯେ ସେ ଧୀରେ ଧୀରେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ସେହି କାରଣରୁ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଲା।ଏପରିକି ଡାକ୍ତର ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମଧ୍ୟ ସୂଚନା ଦେଇଥିଲେ। ସେହି କାରଣରୁ ସେ ପରିବାର ଓ ବନ୍ଧୁଙ୍କ ସହାୟତାରେ ଟେକ୍ସାସ୍‌ରେ ଜଣେ ନ୍ୟୁଟ୍ରିସିୟାନ୍‌ଙ୍କ ତତ୍ବାବଧାନରେ ଓଜନ ହ୍ରାସ ଯାତ୍ରା ଆରମ୍ଭ କଲେ। ତାଙ୍କ ଧୈର୍ଯ୍ୟ ପାଇଁ ମାତ୍ର ୧୬ ମାସ ମଧ୍ୟରେ ସେ ୧୫୦-୧୫୫ କିଲୋ ଓଜନ ହ୍ରାସ କରିବାରେ ସମର୍ଥ ହେଲେ।

Leave a Reply

Your email address will not be published.