ଆକାଶ ଅମ୍ବାନୀ ହେଲେ Reliance Jioର ଚେୟାରମ୍ୟାନ

Akash Ambani is the chairman of Reliance Jio

ରିଲିଆନ୍ସ ଜିଓ ମାର୍କେଟ୍ ରେଗୁଲଟରୀ ସେବି(SEBI) ର ସୂଚନା ମୁତାବକ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍ଫୋଟେକ୍ ଲିମିଟେଡ୍(Reliance Jio Infocomm Limited)ର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି। ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି।

ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ରେ ଜୁନ ୨୭ ଦିନ ମୁକେଶ ଅମ୍ବାନୀ ଜିଓ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।ପଙ୍କଜ ମୋହନ ପାଓ୍ଵାରଙ୍କୁ ପରିଚାଳକ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଜୁନ ୨୭ରୁ ସେ ନିଜର ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଗାମୀ ପାଞ୍ଚ ବର୍ଷ ଯାଏଁ ପଙ୍କଜ ଏହି ପଦରେ କାର୍ଯ୍ୟ କରିବେ। ଏଥିସହ ରାମିନ୍ଦର ସିଂହ ଗୁଜରାଲ ଏବଂ କେଭି ଚୌଧୁରୀଙ୍କୁ ରିଲାଏନ୍ସ ଜିଓ କମ୍ପାନୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସେବିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, କମ୍ପାନୀର ନିର୍ଦ୍ଦେଶକ ଭାବେ ମୁକେଶ ଅମ୍ଵାନୀ ଜୁନ ୨୭ରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସର ଚେୟାରମ୍ୟାନ ଭାବେ ଆକାଶ ଏମ ଅମ୍ବାନୀଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି।

୨୦୧୯ରେ ଜିଓର ଲଞ୍ଚ ହୋଇଥିଲା। ବିଏସଇରେ ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସେୟାର ୨୫୨୯.୦୦ ଟଙ୍କାରେ ବନ୍ଦ ହୋଇଛି। ଏନଏସଇରେ ଏହାର ସେୟାର ୧.୫୦ ପ୍ରତିଶତ ବୃଦ୍ଧି ସହ ସେୟାର ପିଛା ୨୫୩୦ ଟଙ୍କା ମୂଲ୍ୟରେ ବନ୍ଦ ହୋଇଛି।

Leave a Reply

Your email address will not be published.