ସମ୍ବଲପୁର: ଭୁଶୁଡ଼ିଗଲା ବ୍ରିଟିଶ ଅମଳର ପୁରୁଣା ପୋଲ

An old iron bridge over Kharla on NH-49 near Kuchinda town in Sambalpur

ଭୁଶୁଡ଼ିଗଲା ବ୍ରିଟିଶ ଅମଳର ପୁରୁଣା ପୋଲ | ଜଣେ ଡମ୍ଫର ଡ୍ରାଇଭର ଏହି ଘଟଣାର ଶିକାର ହୋଇଛନ୍ତି | ଦୀର୍ଘ ୧୧ ଘଣ୍ଟା ପରେ ଗାଡି ଡ୍ରାଇଭର ଉଦ୍ଧାର କରାଯାଇଛି | ତାଙ୍କୁ ଗୁରୁତର ଅବସ୍ଥାରେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସୂଚନା ଅନୁଯାୟୀ ସମ୍ବଲପୁର କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ଥିବା ୧୦୦ ବର୍ଷର ପୁରୁଣା ପୋଲଟି ଭାଙ୍ଗି ଯାଇଥିଲା | ଫଳରେ ଏକ ଡମ୍ଫର ପାଣି ଭିତରେ ବୁଡି ଯାଇଥିଲା | ଯାହାଦ୍ୱାର ଡମ୍ଫର ଡ୍ରାଇଭର ଏହି ଦୁର୍ଘଟଣାର ଶିକାର ହୋଇଥିଲା | ଦୀର୍ଘ ୧୧ ଘଣ୍ଟା ପରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଛି | ଦମକଳ ବାହିନୀ ସଂପୃକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି | ଘଟଣା ସ୍ଥଳରେ ଦମକଳ ବାହିନୀ, ପୋଲିସ ଏସଡିପିଓ, ଆଇଆଇସି, ଉପଜିଲ୍ଲାପଳ ଉପସ୍ଥିତ ଅଛନ୍ତି | ତେବେ ପୋଲ ଭାଙ୍ଗିବା କାରଣରୁ ଯାତାୟତ ବାଧାପ୍ରାପ୍ତ ହୋଇଛି |

2 thoughts on “ସମ୍ବଲପୁର: ଭୁଶୁଡ଼ିଗଲା ବ୍ରିଟିଶ ଅମଳର ପୁରୁଣା ପୋଲ

Leave a Reply

Your email address will not be published.