ଦର୍ଶନଙ୍କ ଆବାଜରେ ପୁଣିଥରେ ଭିଜେଇଲେ ଦର୍ଶକ

“Baarishon Mein” a monsoon melody release now

ରିଲିଜ ହୋଇଛି ରୋମାଣ୍ଟିକ ଗୀତ ‘ବରିଶୋ ମେଁ ‘ | ରିଲିଜ ହେବା ପରେ ବେଶ ଚର୍ଚ୍ଚାରେ ରହିଛି ଏହି ରୋମାଣ୍ଟିକ ଗୀତ | ଗୀତଟି ସମସ୍ତଙ୍କ ମନ ଜିଣିଥିବାବେଳେ ବିଶେଷକରି ପ୍ରେମୀଯୁଗଳଙ୍କ ହୃଦୟକୁ ଛୁଇଁଛି | ଏହି ମନସୂନ ମେଲୋଡି ଏବେ ମାର୍କେଟରେ ଧୂମ ମଚେଇଛି | ଅଭିନେତ୍ରୀ ମାଲଭିକା ଶର୍ମା ଓ ସିଙ୍ଗର ଦର୍ଶନ ରାଭାଲଙ୍କ ଯୋଡି ଗୀତରେ ଚରଚାନ୍ଦ ଲଗାଇଛି | ଦୁହିଁଙ୍କ କେମେଷ୍ଟ୍ରି ଖୁବ ଜମିଥିବାର ଦେଖିବାକୁ ମିଳିଛି | ଦୁହିଁଙ୍କ ଯୋଡିକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ | ପ୍ରେମ ବିରହକୁ ନେଇ ଏହି ସୁନ୍ଦର ଗୀତଟି ଆଧାରିତ ହୋଇଛି |

ଗୀତଟିର ଆରମ୍ଭରୁ ଝିପିଝିପି ବର୍ଷ ହେଉଥିବା ବେଳେ ଏକ କାରରେ ଦର୍ଶନଙ୍କ ଏଣ୍ଟ୍ରି ହେଉଛି | ମିଡ଼ିଆ ଦର୍ଶନଙ୍କ ପଛରେ ପଡି ତାଙ୍କ ଲଭଲାଇଫକୁ ନେଇ ପ୍ରଶ୍ନ ପଚାରୁଥିବାର ଗୀତାରେ ନଜର ଆସିଛି | ଦର୍ଶନକୁ ମିଡ଼ିଆ ତାଙ୍କ ପ୍ରେମିକା ଅଦିତିଙ୍କୁ ନେଇ ପ୍ରଶ୍ନ କରିଛନ୍ତି | ଅଦିତି ଛାଡ଼ିଦେବା ପରେ ତୁମେ ଆଲକୋହୋଲିକ ଆଡିକଟେଡ଼ ହୋଇଯାଇଛ ବୋଲି ପ୍ରଶ୍ନ କରିଛି ମିଡ଼ିଆ | ଏହି ପ୍ରଶ୍ନର ଜବାବରେ ମିଡିଆ ସାମ୍ନାକୁ ଆସି ଡ୍ରିଙ୍କ କରୁଥିବାର ନଜର ଆସିଛନ୍ତି ଦର୍ଶନ | ଏହାପରେ ଆରମ୍ଭ ହୋଇଯାଇଛି ଦର୍ଶନଙ୍କ ପ୍ରୋଗ୍ରାମ | ଦର୍ଶନ PERFORM କରୁଥିବାବେଳେ ନିଜ ପ୍ରେମିକା ଅଦିତିଙ୍କ ସହ ବିତାଇଥିବା ଦିନଗୁଡିକୁ ମାନେ ପକାଇଛନ୍ତି | ଗୀତଟିରେ ଦର୍ଶନଙ୍କ ଫେମସ ସିଙ୍ଗର ହେବାର ଯାତ୍ରା ଆଉ ଏ ଯାତ୍ରାରେ ଅଦିତିଙ୍କ ସପୋର୍ଟକୁ ନିଚ୍ଛକ ଭାବେ ଚିତ୍ରଣ କରାଯାଇଛି | ଏଥିସହ ସେମାନଙ୍କ ବିଚ୍ଛେଦ ପଛର କାହାଣୀଟିକୁ ମଧ୍ୟ ଏଇ ସୁନ୍ଦର ଗୀତ ମାଧ୍ୟମରେ ଉପସ୍ଥାପନ କରାଯାଇଛି |

ଗୁରୁପ୍ରୀତ ସାଇନି ଓ ଗୌତମ ଜି ଶର୍ମା ଏହି ରୋମାଣ୍ଟିକ ଗୀତର ଲିରିକ୍ସ ଲେଖିଥିବା ବେଳେ ଦର୍ଶନ ନିଜେ ଏହି ଗୀତଟିକୁ ଗାଇଛନ୍ତି | ଆରିଫ୍ ଖାନଙ୍କ ନିର୍ଦେଶନାରେ ଗୀତଟି ପ୍ରସ୍ତୁତ ହୋଇଥିବାବେଳେ ଅନମୋଲ ଡାନିଏଲ ଗୀତଟିକୁ ପ୍ରଡୁସ କରିଛନ୍ତି | ବର୍ଷ ଋତୁରେ ରିଲିଜ ହୋଇଥିବା ଗୀତଟି ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଛି | ଦର୍ଶନଙ୍କ ଆବାଜରେ ପୁଣିଥରେ ଭିଜିଛନ୍ତି ଦର୍ଶକ |

Leave a Reply

Your email address will not be published.