ଥାନାରେ ହାଜର ହେଲେ ବାବୁସାନ

Babusan appeared at the police station

ଶେଷରେ ଥାନାରେ ହାଜର ହୋଇଛନ୍ତି ଓଲିଉଡର ଚକୋଲେଟ ହିରୋ ବାବୁଶାନ। ନିଜ ମା’ଙ୍କ ସହ ବାବୁଶାନ ଖାରବେଳ ନଗର ଥାନାରେ ପହଞ୍ଚିଯିବା ପରେ ପୁଲିସ ତାଙ୍କ ପତ୍ନୀ ତୃପ୍ତି ଦାଏର କରିଥିବା ଅଭିଯୋଗ ସଂକ୍ରାନ୍ତରେ ପଚରାଉଚରା କରିଥିବା ଜଣାପଡ଼ିଛି। ପୁଲିସ୍‌ ପ୍ରାୟ ଘଣ୍ଟାଏ କାଳ ବାବୁଶାନଙ୍କୁ ପଚରାଉଚରା କରିଛି। ଆଜି ବାବୁଶାନଙ୍କ ଜନ୍ମଦିନ ଅବସରରେ ତାଙ୍କ ଘର ସମ୍ମୁଖରେ ଫ୍ୟାନ୍ସଙ୍କ ଭିଡ଼ ଜମିଥିଲା। ଏହାପରେ ବାବୁଶାନ ଘରୁ ବାହାରି ଖାରବେଳନଗର ଥାନା ଯାଇଥିଲେ। ବାବୁଶାନଙ୍କ ପାଇଁ ଖାରବେଳନଗର ଥାନାରେ ବି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ସେଠାରେ ସେ ନିଜ ମା’ ଅପରାଜିତା ମହାନ୍ତିଙ୍କ ସହ ପହଞ୍ଚିଥିଲେ। ସେଠାରେ ପାୟ ଘଣ୍ଟାଏ କାଳ ଜେରାର ସମ୍ମୁଖୀନ ହୋଇଥିବା ବାବୁଶାନ ଏହାପରେ ଥାନାରୁ ବାହାରି ପଳାଇ ଯାଇଥିଲେ । ଏହି ହାଇ ପ୍ରୋଫାଇଲ କଳିକୁ ନେଇ ଗଣମାଧ୍ୟମ ସମ୍ମୁଖରେ ଆଜି ଯାଏ ବାବୁଶାନ ମୁହଁ ଖୋଲି ନ ଥିବା ବେଳେ ଥାନାରୁ ଫେରିବା ପରେ ସବୁ କଥା କହିବେ ବୋଲି ପୂର୍ବରୁ କହିଥିଲେ। ମାତ୍ର ଜେରା ପରେ ଆଜି ବାବୁଶାନ ଚୁପଚାପ ଥାନାରୁ ବାହାରି ପଳାଇଯିବାରୁ ଗଣମାଧ୍ୟମ ପ୍ରତିନିଧି ନିରାଶ ହୋଇଥିଲେ।

1 thought on “ଥାନାରେ ହାଜର ହେଲେ ବାବୁସାନ

Leave a Reply

Your email address will not be published.