ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ପଜିଟିଭ୍

Bihar Chief Minister Nitish Kumar Corona positive

କୋଭିଡ୍-୧୯ କବଳରେ ଆସିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ଗତ ତିନିରୁ ଚାରି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଜ୍ୱର ଥିଲା । ଏହାପରେ ସେ କୋଭିଡ ଟେଷ୍ଟ କରିଥିଲେ ଯାହା ପଜିଟିଭ୍ ଆସିଛି । ପଜିଟିଭ୍ ଚିହ୍ନଟ ପରେ ବାସଭବନରେ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି ନୀତିଶ । ତେବେ ସ୍ୱାସ୍ଥ୍ୟ ଖରାପ କାରଣରୁ ସେ ଗତ ଦୁଇ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରରେ ରହୁଥିଲେ ।

କୌଣସି ସାର୍ବଜନୀକ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ସେ ଉପସ୍ଥିତ ନଥିଲେ । ଯାହାକୁ ନେଇ ରାଜନୈତି ମଧ୍ୟ ଜୋର୍ ଧରିଥିଲା । ବିହାର ମୁଖ୍ୟମନ୍ତ୍ରୀ ପଜିଟିଭ୍ ଚିହ୍ନଟ ପରେ ତାଙ୍କ ଶୁଭେଚ୍ଛୁମାନେ ଆରୋଗ୍ୟ କାମନା କରିଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ ରହିବାକୁ ନୀତିଶ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published.