ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ...

‘Chastity teaches true love’ Pope urges no sex before marriage in new Vatican guide

ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ। କିଛି ଦିନ ପୂର୍ବରୁ, ୮୫ ବର୍ଷ ବୟସ୍କ ପୋପ ଫ୍ରାନ୍ସିସ ଯେଉଁମାନେ ଗୃହପାଳିତ ପ୍ରାଣୀମାନଙ୍କୁ ପିଲାମାନଙ୍କ ଅପେକ୍ଷା ଅଧିକ ଭଲ ପାଆନ୍ତି, ସେମାନଙ୍କୁ ସ୍ବାର୍ଥପର ବୋଲି କହିଥିଲେ।

ସେ କହିଥିଲେ ଯେ ପିଲାମାନଙ୍କ ଅପେକ୍ଷା ଗୃହପାଳିତ ପ୍ରାଣୀମାନଙ୍କୁ ଅଧିକ ଭଲ ପାଇବା ଆମର ମାନବିକତାକୁ ଛଡ଼ାଇ ନେଇଥାଏ। ଏବେ ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା କରିବା ହିଁ ପ୍ରକୃତ ପ୍ରେମର ସଙ୍କେତ। ଭଟିକାନରେ ପିତାମାତାଙ୍କ ବିଷୟରେ ଏକ ବିବୃତ୍ତିରେ ପୋପ ଲୋକଙ୍କୁ ସନ୍ତାନ ପ୍ରସବ କରିବାକୁ ଭୟ ନ କରିବାକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ସନ୍ତାନ ଜନ୍ମ କରିବା ସର୍ବଦା ଏକ ବିପଦ, କିନ୍ତୁ ସନ୍ତାନ ଜନ୍ମ ନ କରିବା ମଧ୍ୟ ଏକ ବଡ଼ ବିପଦ । ପାଶ୍ଚାତ୍ୟରେ ଜନସଂଖ୍ୟା ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ଯଥାସମ୍ଭବ ସନ୍ତାନ ପ୍ରାପ୍ତ କରିବାକୁ ଅନୁରୋଧ କରୁଥିବାବେଳେ ପୋପ ଏହି ମନ୍ତବ୍ୟ ଦେଇଛନ୍ତି।

ତେବେ ପୋପଙ୍କ ବିବୃତ୍ତି ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ପୋପଙ୍କ ବିବୃତ୍ତି ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଲୋକ ପୋପଙ୍କ ବକ୍ତବ୍ୟକୁ ପସନ୍ଦ କରୁ ନ ଥିବାବେଳେ କେତେକ ଲୋକ ଏହାକୁ ସମର୍ଥନ କରିଛନ୍ତି।

ପୋପ ଫ୍ରାନ୍ସିସ କହିଛନ୍ତି ଯେ ବିବାହ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଏକ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଏକ ଆଦର୍ଶ ଉପାୟ। ଏକ ନୂତନ ୯୭ ପୃଷ୍ଠାର ଭଟିକାନ ଗାଇଡରେ, ପୋପ ଏକ ସୁଖମୟ ସମ୍ପର୍କ ପାଇଁ ନିୟମ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ପୋପ କହିଛନ୍ତି କରିଛନ୍ତି ଯେ ସମ୍ପ୍ରତିି ଶାରୀରିକ ସମ୍ପର୍କ ଯୋଗୁ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମସ୍ୟା ଅବା ଚାପ ଯୋଗୁଁ ଦମ୍ପତିଙ୍କ ସମ୍ପର୍କ ଶୀଘ୍ର ଭାଙ୍ଗିଯାଏ। ଏହି ଗାଇଡରେ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି। ଯାହାକୁ ସମାଲୋଚନା କରାଯାଇଛି।

ଇଟାଲୀୟ ଧର୍ମଶାସ୍ତ୍ରୀ ଭିଟୋ ମାନକସୋ କହିଛନ୍ତି ଯେ ପୋପ୍‌ଙ୍କ ମନ୍ତବ୍ୟ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ପର୍କର ଗୁରୁତ୍ୱକୁ ହ୍ରାସ କରିଛି।

Leave a Reply

Your email address will not be published.