ରାଜଧାନୀରେ ବଢୁଛନ୍ତି ଶିଶୁ ଭିକ୍ଷୁକ

Child beggars are on the rise in the capital

ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ ଭିକ୍ଷୁଙ୍କଙ୍କ ସଂଖ୍ୟା ,କୌଣସି ଗଳି କନ୍ଦିରେ ହେଉ କିମ୍ବା ବସଷ୍ଟାଣ୍ଡ,କିମ୍ବା ଟ୍ରେନ ଷ୍ଟେସନ , ସବୁଠି ଏବେ ଦେଖିବାକୁ ମିଳୁଛନ୍ତି ଅନେକ ଶିଶୁ ଭିକ୍ଷୁକ, ଛୋଟ ଛୋଟ ଶିଶୁମାନେ ଛିଣ୍ଡା କତରା ପୋଷାକ ପିନ୍ଧି ,ଟ୍ରାଫିକ ପୋଷ୍ଟ ରେ ଗାଡି ରହିବା ବେଳେ ହେଉ ନହେଲେ ଟ୍ରେନ ଭିତରେ ଭିକ୍ଷା ବୃତି କରିବା ହେଉଛି ଏମାନଙ୍କର ନୀତିଦିନର କାମ , ହେଲେ ସବୁଠାରୁ ବଡ କଥା ହେଉଛି ଏମାନଙ୍କ ମଧ୍ୟରୁ ଆମ ଓଡ଼ିଶାର ଖୁବ କମ ସଂଖ୍ୟକ ହୋଇଥିବା ବେଳେ ରାଜ୍ୟ ବାହାରୁ ଏନେକ ପିଲା ଏପରୀ ଆସି ରାଜଧାନୀରେ ଭିକ୍ଷାବୃତି କରୁଛନ୍ତି |
ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ସ୍ମାର୍ଟ ହେଉଥିବା ବେଳେ| ରାଜଧାନୀରେ ଏପରି ଚିତ୍ର କୋଉଠି ନା କୋଉଠି ରାଜ୍ୟର ମର୍ଯ୍ୟାଦା ହାନି କରୁଛି | ପାଠ ପଢିବା ବୟସରେ ସେମାନେ ହାତରେ ଥାଳି ଧାରୀ ରାଜଧାନୀର ରାଜରାସ୍ତାରେ ଲକରୁଛନ୍ତି ଭିକ୍ଷାବୃତି | ସରକାର ଶିଶୁମାନଙ୍କ ପାଇଁ ଏନେକ ଯୋଜନା କରିଛନ୍ତି , ଛୁଆ ଜନ୍ମ ଠାରୁ ବଡ଼ହୋଇ ସ୍କୁଲ ଯିବା ପର୍ଯ୍ୟନ୍ତ | ଏପରିକି ମାଧ୍ୟାନ ଭୋଜନ , ପୋଷାକ , ଏଭଳି ଏନେକ ସରକାରୀ ସହାୟତା, ଯୋଗାଇଦେଉଥିଲେ ମଧ୍ୟ ,ରାଜଧାନୀର ଏଭଳି ଚିତ୍ରକୁ ଦେଖିଲେ ସେସବୁ ପ୍ରହସନ ପରି ମନେହେଉଛି ସର୍ବଶିକ୍ଷାଠୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ଅନେକ ଯୋଜାନା ରହିଛି ସେସବୁକୁ କାର୍ଯ୍ୟକାରୀ କରିବାପାଇଁ ଏନେକ ଅଫିସର ମୋଟା ଅଙ୍କର ଦରମା ମଧ୍ୟ ନେଉଛନ୍ତି , କିନ୍ତୁ ଏମାନଙ୍କୁ ଦେଖିଲେ ଲାଗେ ଯୋଜନା ସବୁ ସତେ ଯେପରି କାଗଜ କଲମରେ ଲିପ୍ତ ହୋଇ ରହିଯାଇଛି , ତେବେ ଏଠାରେ ଏକ ପ୍ରଶ୍ନ ଆସୁଛି ଯଦି ରାଜଧାନୀ ସ୍ମାର୍ଟ ସିଟିର ଏପରି ଅବସ୍ଥା ତେବେ ଅନ୍ୟ ସ୍ଥାନ ର ଅବସ୍ଥା କଣ ଯେ ଥିବ ତାହା ସହଜରେ ଆନୁମେୟ | ସେହିପରି ଭୁବନେଶ୍ୱର ରେଳ ଷ୍ଟେସନ ରୁ କୋଲକାତା ଯାଉଥିବା କେତେକ ଟ୍ରେନ ରେ ଦେଖାଜାଉଛନ୍ତି ଏନେକ ଶିଶୁ ଭିକ୍ଷୁକ, ହେଲେ ସବୁଠାରୁ ବଡ଼କଥା ହେଉଛି ଏମାନେ ନିଜ ଭିକ୍ଷା ବୃତି କରୁନାହାନ୍ତି | ଭିଭିର୍ନ ସମୟରେ ଅନାଥ ପିଲାମାନଙ୍କୁ ମୋହରା କରି ଭିକ୍ଷା ଦଲାଲ ସେମାନଙ୍କୁ ଭିକ୍ଷା ମାଗିବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଏନେକ ସମୟରେ ଏହି ଶିଶୁମାନେ ନିର୍ଯାତନାର ଶିକାର ହେଉଥିବା ମଧ୍ୟ ନଜରକୁ ଆସିଛି | ଆହୁରି ମଧ୍ୟ ଏହି ଶିଶୁମାନେ ଅନେକ ସମୟରେ ଚୋରି କରି ଧରାପଡ଼ିଥିବାର ନଜିର୍ ରହିଛି | ବିଶେଷ କରି ମଲ, ପୂଜାମଣ୍ଡପ, ଷ୍ଟେସନ ବା କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନରୁ ଏମାନେ ମୋବାଇଲ, ମନିପର୍ସ, ଟଙ୍କା ଇତ୍ୟାଦି ଲୁଟ୍ କରିଥାନ୍ତି | ସେହିଭଳି ରାଜଧାନୀରେ ଚାଲିଥିବା ଚୋରା ନିଶାକାରବାରରେ ମଧ୍ୟ ଏମାନଙ୍କୁ ବ୍ୟବହାରର କରୁଛନ୍ତି ବୋଲି ସୂଚନା ରହିଛି | ତେବେ ସରକାରଙ୍କ ପାଖୟରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ରହିଥିବା ବେଳେ ;ରାଜରାସ୍ତାରେ ଭିକ୍ଷା ବୃତି କରୁଥିବା କମ ବୟଷର ପିଲାକୁ ଉଦ୍ଧର କରି ସେମାନଙ୍କୁ ଉତ୍ତମ ଥଇଥାନର ବ୍ୟବସ୍ତା କରାଗଲେ ସେମାନଙ୍କର ଭବିଷ୍ୟତ କିଛି ମାତ୍ରାରେ ସୁଧୁରିଯାଇପାରନ୍ତା

Leave a Reply

Your email address will not be published.