ଓଡିଶା ଉପରେ ଚାଇନା ଆଖି

China shows off its force on Taiwan border deploys hundreds of Dragon Troops as it conducts missile tests

ତାଇୱାନ ସୀମାରେ ଚାଇନା ଦେଖାଉଛି ନିଜର ବଳ ଘନ ଘନ ମିସାଇଲ ପରୀକ୍ଷା କରୁଥିବା ବେଳେ ସୀମାକୁ ପଠାଇଛି ଶହ ଶହ ଡ୍ରାଗନ ସେନା | ସେପଟେ ଓ୍ବାନ ଚାଇନା ପଲିସିରେ ଭାରତକୁ ଚୀନ ଟାର୍ଗେଟ କରିବାର ଆଶଙ୍କା ରହିଛି । ଡ୍ରାଗନର ବିଷ ଦୃଷ୍ଟି ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ବୀପ ଉପରେ ରହିପାରେ । ତାଇଓ୍ବାନକୁ ଚୀନ ଟାର୍ଗେଟ କରିଥିବାବେଳେ ବାଲିଷ୍ଟିକ ମିସାଇଲ ଓ ସାଟେଲାଇଟକୁ ଟ୍ରାକ କରିପାରୁଥିବା ଏକ ଶକ୍ତିଶାଳୀ ଯୁଦ୍ଧଜାହାଜକୁ ଶ୍ରୀଲଙ୍କା ଆଡକୁ ପଠାଇଛି ଚାଇନା ।ୟୁଓ୍ବାନ ଓ୍ବାଙ୍ଗ ଶ୍ରେଣୀର ଏହି ଜାହାଜ ଆସନ୍ତା ୧୧ କିମ୍ବା ୧୨ରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ଏହାକୁ ନେଇ ସତର୍କ ହୋଇଛି ଭାରତ ।

ଯଦି ଭାରତ ମହାସାଗରରେ ଏହି ଜାହାଜ ମୁତୟନ ହୁଏ ତେବେ ଭାରତର କ୍ଷେପଣାସ୍ତ୍ର ଗତିବିଧି ଜାଣିବା ଚୀନ ପକ୍ଷେ ଅସମ୍ଭବ ନୁହେଁ । ଏପରିକି ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଏପିଜେ ଅବଦୁଲ କଲାମ ଦ୍ବୀପର ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଚୀନ ଅବଗତ ହେବ । ଏହାସହ ଭାରତର ବାଲିଷ୍ଟିକ ମିସାଇଲ ଟେଷ୍ଟ ସମ୍ପର୍କରେ ମଧ୍ୟ ଚୀନ ସବିଶେଷ ତଥ୍ୟ ପାଇପାରିବ ।ସେପଟେ ଏହି ଜାହାଜକୁ ଆଶ୍ରୟ ଦେବାକୁ ଶ୍ରୀଲଙ୍କା ସରକାର ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି ।ଏହି ଜାହାଜକୁ ନିୟନ୍ତ୍ରଣ କରୁଛି ଚୀନ ନ୍ୟାସନାଲ ସ୍ପେସ ଆଡମିନିଷ୍ଟ୍ରେସନ ସଂସ୍ଥା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ହେଲା ହାମ୍ବନଟୋଟା ବନ୍ଦରକୁ ୯୯ ବର୍ଷିଆ ଲିଜରେ ଚୀନକୁ ଦେଇଛି ଶ୍ରୀଲଙ୍କା ।

ସେପଟେ ଓ୍ବାର ଫୁଟେଜରେ ରହିଛି ପିପୁଲସ ଲିବରେସନ ଆର୍ମି । ତାଇଓ୍ବାନର ସୀମାକୁ କରିଛି ଘେରାବନ୍ଦୀ । ତାଇଓ୍ବାନ ପ୍ରଣାଳୀକୁ ବି ଡ୍ରାଗନ କରିଛି କବଜା । ଦଶନ୍ଧିର ସର୍ବବୃହତ ମିଲିଟାରୀ ଡ୍ରିଲ ଜାରି ରଖିଛି ଚୀନ । ତାଇଓ୍ବାନ ଉପରକୁ ଚୀନ ୧୧ଟି ଡଙ୍ଗଫେଙ୍ଗ ମିସାଇଲ ମାଡ କରିଥିବାବେଳେ କେତେକ କ୍ଷେପଣାସ୍ତ୍ର ଜାପାନର ସୀମା ଛୁଇଁଥିବା ନେଇ ଅଭିଯୋଗ କରିଛି ଜାପାନ ।

1 thought on “ଓଡିଶା ଉପରେ ଚାଇନା ଆଖି

Leave a Reply

Your email address will not be published.