CM ଉଦ୍ଧବ ଠାକ୍‌ରେ କରୋନା ସଂକ୍ରମିତ

CM Uddhav Thackeray tests Covid positive

ମହାରାଷ୍ଟ୍ର ମହାନାଟକ ମଧ୍ୟରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିଥିବା ନଜର ଆସୁଛି । ଏହାରି ଭିତରେ ମହାରାଷ୍ଟ୍ର ସିଏମ ଉଦ୍ଧବ ଠାକରେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସୂଚନା କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି ।

ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବି କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମଲନାଥଙ୍କୁ କଂଗ୍ରେସ ମହାରାଷ୍ଟ୍ରରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି ।

କଂଗ୍ରେସ ବିଧାୟକଙ୍କ ସହ ତାଙ୍କର ଏକ ବୈଠକ ମଧ୍ୟ ହୋଇଥିଲା । ଏହା ପରେ କମଲ ନାଥ ଗଣମାଧ୍ୟମକୁ କହିଥିଲେ ଯେ ଉଦ୍ଧବ ଠାକରେଙ୍କୁ ଭେଟି ପାରିଲେନି । କାରଣ ସେ କରୋନା ସଂକ୍ରମିତ ହୋଇଛନ୍ତି । ଏହା ପରେ ସେ ଶରଦ ପାଓ୍ୱାରଙ୍କୁ ଭେଟିବାକୁ ଯିବେ ବୋଲି କହିଛନ୍ତି ।

Leave a Reply

Your email address will not be published.