ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ, ଦେଶକୁ ଏପର୍ଯ୍ୟନ୍ତ ଆସିଛି ୧୩ ମେଡାଲ

Commonwealth Games 2022 Day 5 Highlights: India wins two more golds; medal tally rises to 13

ଭାରତୀୟ ପୁରୁଷ ଟେବୁଲ ଟେନିସ ଟିମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲ ମୁକାବିଲାରେ ସିଂଗାପୁରକୁ ଭାରତ ୩-୧ରେ ପରାସ୍ତ କରିଛି । ଭାରତ ତରଫରୁ ହରମୀତ ଦେସାଇ ଓ ଜୀ ସାଥିୟାନ ଡବଲ ମ୍ୟାଚରେ ବିଜୟ ହାସଲ କରି ଭାରତକୁ ମେଡାଲ ଦେଇଛନ୍ତି ।

ଭାରତର ପ୍ରତିଯୋଗୀମାନେ ଆରମ୍ଭରୁ ଗୋଟିଏ ସ୍କୋର କରିଥିଲେ । ମାତୟ ଚ୍ୟୁ ଝେ ୟୁ କ୍ଲେରେନ୍‌ସ ଅନ୍ୟ ଗେମରେ ବିଜୟ ହାସଲ କରି ସିଂଗାପୁରକୁ ୧-୧ରେ ପହଞ୍ଚାଇଥିଲେ । କିନ୍ତୁ ଜି ସାଥିୟାନ ଓ ହରମୀତ ଦେସାଇ ନିଜ ନିଜ ଲଢ଼େଇ ଜାରି ରଖି ଭାରତର ସ୍ୱର୍ଣ୍ଣ ପଦକକୁ ସୁନିଶ୍ଚିତ କରିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ର ୫ମ ଦିନରେ ଭାରତକୁ ୨ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ପଦକ ମିଳିଛି । ଦେଶକୁ ଏପର୍ଯ୍ୟନ୍ତ ୧୩ଟି ପଦକ ମିଳିସାରିଛି । ଏଥିରେ ୫ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ସାମିଲ ରହିଛି ।

1 thought on “ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ, ଦେଶକୁ ଏପର୍ଯ୍ୟନ୍ତ ଆସିଛି ୧୩ ମେଡାଲ

  1. Greetings! I know this is kind of off topic but I was
    wondering if you knew where I could locate
    a captcha plugin for my comment form? I’m using the same
    blog platform as yours and I’m having difficulty finding
    one? Thanks a lot!

Leave a Reply

Your email address will not be published.