ରାଜ୍ୟଗୋଷ୍ଠୀ କ୍ରୀଡ଼ା:ହାରିଲା ଭାରତୀୟ ମହିଳା ଦଳ

Commonwealth Games: Indian women’s team lost

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ମ୍ୟାଚରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଠାରୁ ହାରିଛି ଭାରତୀୟ ମହିଳା ଦଳ। ଭାରତୀୟ ମହିଳା ମିଡିୟମ ପେସର ରେଣୁକା ସିଂହ ଏକାକୀ ୪ ୱିକେଟ ଦଖଲ କରି ଅଷ୍ଟ୍ରେଲିଆକୁ ଅଡ଼ୁଆରେ ପକାଇଥିଲେ ମଧ୍ୟ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛନି। ପ୍ରଥମେ ଗ୍ରେସ ହାରିସ ଓ ଶେଷରେ ଆଶଲେଇଘ ଗାର୍ଡେନରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ଏହି ମ୍ୟାଚକୁ ଜିତି ନେଇଛି।

ଭାରତ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବଳରେ ୧୫୪ ରନ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ ୬ ବଲ ପୂର୍ବରୁ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ଚଳିତ ବର୍ଷ ସାମିଲ କରାଯାଇଛି। ଏହି ଟି-୨୦ ଫର୍ମାଟର ପ୍ରଥମ ମ୍ୟାଚରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଐତିହାସିକ ମ୍ୟାଚରେ ଭାରତକୁ ହାରିବାକୁ ପଡ଼ିଛି।

Leave a Reply

Your email address will not be published.