ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଦୁଇ ଚକିଆ, ତିନି ଚକିଆ ଯାନ ମନା

Delhi-Meerut Expressway: If two-wheeler and three-wheeler climb on the Delhi-Meerut Expressway, it will be confiscated

ଦିଲ୍ଲୀ-ମିରଠ ଏକ୍ସପ୍ରେସୱେରେ ଯଦି ଦୁଇ ଚକିଆ ଅବା ତିନି ଚକିଆ ଯାନ ଭୁଲରେ କେହି ନେଇ ଯାଇଥିବେ ତେବେ ସେହି ଗାଡିକୁ ସିଜ କରିଦିଆଯିବ ବୋଲି କୁହାଯାଇଛି । ଏହାସହ ୨୦ ହଜାର ଟଙ୍କାର ଜରିମାନା ବି ଆଦାୟ କରାଯିବ । ଏକ୍ସପ୍ରେସୱେରେ ଦୁଇ ଚକିଆ ଯାନରେ ହାଇଥିବା ଦୁର୍ଘଟଣା ପରେ ପୋଲିସର ଚେତା ପଶିଥିବା କୁହାଯାଉଛି ।

ଏସଏସପି ମାମଲାକୁ ଗୁରୁତର ସହ ନେଇ ଏସପି ଟ୍ରାଫିକଙ୍କୁ ଏନଏଚଏଆଇ ସହ ସମନ୍ୱୟ ରଖି ସମସ୍ୟାକୁ ଦୂର କରିବା ଓ ଏକ୍ସପ୍ରେସୱେରେ ଦୁଇ ଚକିଆ ଓ ତିନି ଚକିଆ ଯାନ ଚଳାଚଳ ବାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ଜୁଲାଇ ୨୮ରେ ମସୁରୀର ଦିନାନାଥପୁର ପୁଠି ନିବାସି ଜଣେ ମହିଳା, କିଶୋରୀ ଓ ଶିଶୁ ଦୁଇ ଚକିଆ ଯାନରେ ଯାଉଥିବା ସମୟରେ ରାସ୍ତା ଭୁଲିଯାଇ ଦିଲ୍ଲୀ-ମିରଠ ଏକ୍ସପ୍ରେସୱେ ଉପରେ ଚଢି ଯାଇଥିଲେ । ଆଉ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ସେମିତି ଏହା ପୂର୍ବରୁ କାଉଡିଆ ଯାତ୍ରାରେ ଯାଇଥିବା କେତେଜଣ କାଉଡିଆଙ୍କର ସଡ଼କ ଦୁର୍ଘଟଣାରେ ବି ମୃତ୍ୟୁ ହୋଇଥିଲା । ୨୬ ଜୁଲାଇରେ ଏକ ଦୁଇ ଚକିଆ ଯନକୁ ବଞ୍ଚାଇବାକୁ ଯାଇ ଏକ ଓମନି ଡିଭାଇଡରରେ ପିଟି ହୋଇଯିବା ଫଳରେ ଗାଡିରେ ନିଆଁ ଲାଗିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏକ୍ସପ୍ରେସୱେ ବଡ ଗାଡି ଚଳାଚଳ ପାଇଁ ନିର୍ମାଣ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଦଣ୍ଡ ବିଧାନ କରାଯିବ ।

Leave a Reply

Your email address will not be published.