ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ

Donald Trump takes dig at Joe Biden, says ‘Will never, ever ride a bicycle’

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି। ‘ଶପଥ କରୁଛି ମୁଁ ଜୀବନରେ କେବେ ବି ସାଇକେଲ ଚଢ଼ିବି ନାହିଁ’ ବୋଲି ଟ୍ରମ୍ପ୍‌ ଆମେରିକା ଫ୍ରିଡମ୍‌ ଟୁର୍‌ର ଏକ ରାଲିରେ କହିଛନ୍ତି।

ଟ୍ରମ୍ପ୍‌ କହିଥିଲେ ଯେ, ‘ବାଇଡେନ୍‌ ସାଇକେଲରୁ ଖସିପଡ଼ିଥିଲେ। ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବେ ବୋଲି ମୁଁ ଆଶା କରୁଛି। ହେଲେ ଏହା ପ୍ରତିଜ୍ଞା କରୁଛି ଯେ, ମୁଁ କେବେ ସାଇକେଲ ଚଳାଇବି ନାହିଁ’। ସୂଚନାଯୋଗ୍ୟ, ଶନିବାର ସକାଳେ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ବାଇଡେନ୍‌(୭୯) ସାଇକେଲ ଚଳାଉଥିବା ବେଳେ ଡେଲାଓ୍ବାରେ ସ୍ଥିତ ତାଙ୍କ ଘର ନିକଟରେ ଖସିପଡ଼ିଥିଲେ। ଗତ ମାସରେ ବାଇଡେନ୍‌ ବିମାନ ଚଢ଼ୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା।

Leave a Reply

Your email address will not be published.