ରାଇସିନା ରେସରେ ଦ୍ରୌପଦୀ |

Draupadi in the Raisina race

ଘୋଷଣା ସରିଛି ରାଷ୍ଟ୍ରପତି ପାର୍ଥି ,ଏନଡିଏ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଥିବା ବେଳେ ବିରୋଧୀ, ଯଶବନ୍ତ ସିନ୍ହା ଙ୍କୁ ପାର୍ଥି କରିଛି
ସେପଟେ ପୂର୍ବଭଳି ସାମାନ ତରିକା ଆପଣେଇଛି ଏନଡିଏ ,ବିଜେପି ସବୁବେଳେ ଦଳିତ ଓ ଆଦୀବାସିଙ୍କୁ ଆଗ୍ରାଧିକାର ଦେଉଥିବା ବେଳେ ,ବର୍ତମାନ ରାଷ୍ଟ୍ରପତି ପାଇଁ ଆଦିବାସୀ କାର୍ଡ ଖେଳିଛି| ଯାହା ଦେଶର ସକ୍ରିୟ ରାଜନୀତିରେ ଏକ ପ୍ରକାର ଗୁଞ୍ଜରଣ ଶୃଷ୍ଟି କରିଛି |ଏହି ଦୌଡରେ ଯଦି ବିଜେପି ବାଜି ମାରେ ତେବେ ଓଡ଼ିଶାର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ,ଯାହା ସମଗ୍ର ଓଡିଶା ପାଇଁ ଏକ ପ୍ରକାର ଗର୍ବ ଓ ଗୌରବର ବିଷୟ ହେବ | ଦ୍ରୌପଦୀଙ୍କୁ ପାର୍ଥି ଘୋଷଣା କରାଯିବା ପରେ ନବୀନଙ୍କ ସମର୍ଥନକୁ ନେଇ ଯେଉଁ ଦ୍ଵନ୍ଦ ରହିଥିଲା ତାହା ଏକ ପ୍ରକାର ଦୂର ହୋଇଛି | ତେଣୁ ବି.ଜେ.ଡି ଓ ୱାଇ.ଏସ.ଆର କଂଗ୍ରେସ ଏନ.ଡ଼ି.ଏକୁ ପୁର୍ଣ ସମର୍ଥନ ଦେବ ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦେଇଛନ୍ତି| ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲେ ଦ୍ରୌପଦୀ ହେବେ ୨ୟ ମହିଳା ରାଷ୍ଟ୍ରପତି ଏବଂ ଭାରତରେ ରାଷ୍ଟ୍ରପତି ହେବାରେ ମୁର୍ମୁ ,ଓଡ଼ିଶାର ୨ୟ ବ୍ୟକ୍ତି ହେବେ । ପୂର୍ବରୁ ବ୍ରହ୍ମପୁରରେ ଜନ୍ମିତ ଭି.ଭି.ଗିରି ଭାରତର ରାଷ୍ଟ୍ରପତି ହୋଇଥିଲେ ।ଦ୍ରୌପଦୀ ଙ୍କ ଘର ମୟୁରଭଞ୍ଜ ରେ ଏବଂ ସେ ଜୁନ ୨୦, ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ I

ଦ୍ରୌପଦୀ ଓଡିଶା ସରକାରଙ୍କ ଅଧୀନରେ ଜଳ ସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ଯନ୍ତ୍ରୀ ଥିଲେ ଏବଂ ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାରର ମତ୍ସ୍ଯ ଓ ପଶୁ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇସାରିଛନ୍ତି |୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚନ ରେ ଲଢ଼ି ବିଜୟୀ ହେଇଥିଲେ ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଦୁଇଥର ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।

ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ କାର୍ଯ୍ୟ କରିଥିଲେ ଏବଂ ପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ଏବଂ ୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୯୭ରେ ଓ୍ବାର୍ଡ ସଭ୍ୟ ଭାବେ ନିର୍ବାଚନ ରେ ଲଢ଼ି ବିଜୟୀ ହେଇଥିଲେ ଏବଂ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ୨୦୦୦ ଏବଂ ୨୦୦୪ରେ ଦୁଇଥର ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।ବଂ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ମଧ୍ୟ ହେଇଛନ୍ତି I ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ ହୋଇ ମୋର୍ଚ୍ଚାର ଉପ-ସଭାପତି ହେଇଥିଲେ I ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ହେଇଥିଲେ I ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ର ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଥିବା ବେଳେ ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ହେଇଥିଲେ I ୨୦୧୩ ଏପ୍ରିଲ ରୁ ୨୦୧୫ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ I

1 thought on “ରାଇସିନା ରେସରେ ଦ୍ରୌପଦୀ |

Leave a Reply

Your email address will not be published.