ଆସନ୍ତାକାଲି ସନ୍ଧ୍ୟା ଦର୍ଶନ

Evening vision of the Lord tomorrow

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନରେ ହିଁ ଶେଷ ହେବ । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଥିବା ବେଳେ ଅପରାହ୍ନ ୪ଟା ସୁଦ୍ଧା ଏହା ଶେଷ ହେବ ବୋଲି ଘୋଷଣା କରିଛି ପ୍ରଶାସନ । ତେଣୁ ଅପରାହ୍ନ ୪ଟାରୁ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପ୍ରଶାସନର ଏହି ଘୋଷଣା ପରେ କେବଳ ଭକ୍ତ ନୁହଁନ୍ତି, ସେବାୟତଙ୍କ ମଧ୍ୟରେ ବି ଦେଖାଦେଇଛି ତୀବ୍ର ଅସନ୍ତୋଷ ।

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ତା’ ପରଦିନ ବାହୁଡ଼ା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ତେବେ ସନ୍ଧ୍ୟା ଦର୍ଶନ ଆସନ୍ତାକାଲି ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନର ନିଷ୍ପତ୍ତିକୁ ତୀବ୍ର ବିରୋଧ କରୁଛନ୍ତି ଭକ୍ତ । ଏ ସମ୍ପର୍କରେ ପୁନଃ ଆଲୋଚନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ସନ୍ଧ୍ୟା ବେଳେ ସନ୍ଧ୍ୟା ଦର୍ଶନ କରାଯାଏ ।

Leave a Reply

Your email address will not be published.