ଏଣିକି ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

Failure to wear such a mask will result in a fine of Rs 500

ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଉ ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା । ମାସ୍କ ନପିନ୍ଧିଥିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ ଦେବାକୁ ପଡ଼ିବ । ମଙ୍ଗଳବାରଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ । ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା । ସପିଂ ମଲ୍, ମେର୍କଟ କମ୍ପ୍ଲେକ୍ସ, ବଜାର, ହାଟ, ଫିଲ୍ମ ହଲ ଆଦି ଅଞ୍ଚଳରେ ଦୋନାକୀମାନଙ୍କୁ ଏନେଇ ସତର୍କ କରାଯାଇଛି ।

କୌଣସି ଦୋକାନୀ ବିନା ମାସ୍କ ପିନ୍ଧି ବ୍ୟବସାୟ କରି ପାରିବେ ନାହିଁ । ଏହାସହ ସେମାନଙ୍କ ଗ୍ରାହକ ଯେଭଳି ମାସ୍କ ପିନ୍ଧି ଦୋକାନକୁ ଆସିବେ ସେନେଇ ମଧ୍ୟ ସେମାନେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଚେନ୍ନାଇରେ ଏଭଳି କଡ଼ା ନିୟମ ଲାଗୁ କରାଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାସ୍କକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । କାରଣ ଚେନ୍ନାଇରେ ଏବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

1 thought on “ଏଣିକି ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

Leave a Reply

Your email address will not be published.