ଫନ୍ ଚିକ୍ ଫ୍ରାଏଡ ଚିକେନ୍ ଏବେ ଭୁବନେଶ୍ୱରରେ

Fun Chick Fried Chicken is now in Bhubaneswar

ଇନ୍ଦୋର ପ୍ରସିଦ୍ଧ ଫନ୍ ଚିକ୍ ଫ୍ରାଏଡ ଚିକେନ୍ ଏବେ ଭୁବନେଶ୍ୱରରେ | ଭୁବନେଶ୍ୱର ସ୍ଥିତ ଡେଲଟା ଛକ ଠାରେ ଖୋଲିଲା ଏହାର ପ୍ରଥମ ଆଉଟ୍ ଲେଟ୍ | ଏହାକୁ ଉଦଘାଟନ କରିଛନ୍ତି ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ | ଭୂମିକାଙ୍କ ମନ ଜିଣିନେଲା ରେଷ୍ଟୁରାଣ୍ଟର ସୁସ୍ୱାଦୁ ଖାଦ୍ୟ ଓ ମନଲୋଭା ପରିବେଶ | ଉଦଘାଟନ ଉତ୍ସବରେ ସୁସ୍ୱାଦୁ ଖାଦ୍ୟର ଖୁବ ତାରିଫ କରିଛନ୍ତି ଭୂମିକା | ଉଦଘାଟନ ଉତ୍ସବରେ ଏଫ୍ ଏଫ୍ ସି ର ଫ୍ରାନଚାଇଜ ମୂଖ୍ୟ କୃଷ୍ଣ ଶଙ୍କର ପଣ୍ଡା ଓ ଶିକ୍ଷାବିତ ଚନ୍ଦ୍ରଧ୍ଵଜ ପଣ୍ଡା , ବିରଞ୍ଚି ନାରାୟଣ ପଣ୍ଡା , ମନୋଜ ପାଲ୍, ପ୍ରଯୋଜକ ପ୍ରଶାନ୍ତ ମାର୍ଥା, ଦିଲିପ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଓଲିଉଡ କ୍ରିଏଟିଭ ହେଡ୍ ପ୍ରଣୟ ଜେଠି, ଶିଳ୍ପପତି ଶୁଭେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅତିଶିଘ୍ର ଓଡ଼ିଶାର ବିଭିନ୍ନ ସହରରେ ଏହାର ଶାଖା ଖୋଲିବ ବୋଲି ସୂଚନା ଦେଇଛନ୍ତି ଫ୍ରାନଚାଇଜ ମୂଖ୍ୟ ଶ୍ରୀ ପଣ୍ଡା । ଏହାର ଚିକେନ ଚିଜ୍ ବଲ୍ , ଚିକେନ ଚିଜ୍ କଏନ, ରୟାଲ ତନ୍ଦୁରି ଲେଗ୍, ଚିକେନ ସୁରମା ସହ ସାଧରେ କର୍ଣ୍ଣ ଚିଜ ନଗେଟ୍, ଆଚରି ପନିର ଟିକା ସହ ୧୦୦ରୁ ଅଧିକ ଆମିଷ ଓ ନିରାମିଷ ଆଇଟମ ପାଇପାରିବେ । ସୁନ୍ଦର ପାରିପାର୍ଶ୍ବିକ ସ୍ଥାନ ସୁସ୍ୱାଦୁ ଖାଦ୍ୟ ପକେଟ କୁ ସୁହାଇଲା ଭଳି ରେଟ୍ ରେଷ୍ଟୁରାଣ୍ଟର ବିଶେଷତ୍ଵ ।

1 thought on “ଫନ୍ ଚିକ୍ ଫ୍ରାଏଡ ଚିକେନ୍ ଏବେ ଭୁବନେଶ୍ୱରରେ

Leave a Reply

Your email address will not be published.