ଭିଡ଼କୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ :ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Health Director Bijay Mohapatra Briefs On Sudden COVID Surge

ପୁଣି ଥରେ ଉପରମୁଁହା ହୋଇଛି କରୋନା ସଂକ୍ରମଣ | ୫ଟି ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିଦ କରିଛନ୍ତି । ଯେହେତୁ ୫ ଟି ରାଜ୍ୟରେ ସଂକ୍ରମଣ ବଢୁଛି । ତେଣୁ ସେଠାରେ କଟକଣାକୁ କଡାକଡି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ଯେମିତି ପୂର୍ବରୁ ସର୍ଭିଲାନ୍ସ ଜାରି ରହିଥିଲା ସେମିତି ଚାଲିଛି । ଟେଷ୍ଟିଂ ଚାଲିଛି । ଟେଷ୍ଟିଂ ସାଇଡ ସବୁ ଚାଲୁ ରହିଛି । ଯଦି ପଜିଟିଭ ବଢେ ତାହାଲେ ରାଜ୍ୟରେ ପୂର୍ବରୁ ଥିବା ସବୁ ବ୍ୟବସ୍ଥା ଖୋଲାଯିବ । ଯଦି ଦରକାର ପଡେ ମାକ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଯଦି ଭିଡକୁ ଯାଉଛନ୍ତି ମାସ୍କ ନିହାତି ପିନ୍ଧନ୍ତୁ । ଲକ୍ଷଣ ଥିଲେ ଟେଷ୍ଟ ସହ ସଂଗ୍ରରୋଧରେ ରହିବାକୁ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସରକାର ସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସୂଚନାଯୋଗ୍ୟ, ଦୀର୍ଘ ଦିନର ବିରତି ପରେ ଦେଶର ବିଭିନ୍ନ ରାଜ୍ୟରେ ପୁଣି ଥରେ ଉପରମୁହାଁ ହୋଇଛି ମହାମାରୀ କରୋନା। ଗତ କିଛି ଦିନରେ ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ମାମଲା। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published.