‘ଅଗ୍ନି ପ୍ରାଇମ୍‌’ ମିସାଇଲ୍‌ର ସଫଳ ପରୀକ୍ଷଣ

India successfully testfired agni prime missile

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ମିଳିଲା ଆଉ ଏକ ସଫଳତା । Agni-P ମିସାଇଲ୍‌ର ହେଲା ସଫଳ ପରୀକ୍ଷଣ । ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହି ମିସାଇଲ୍‌ର ପରୀକ୍ଷଣ କରାଯାଇଛି । ସୂଚନା ଅନୁଯାୟୀ, ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌ ଅତ୍ୟାଧୁନିକ ଜ୍ଞାନକୌଶଳ ନେଇ ନିର୍ମିତ ହୋଇଛି । ଏହି ମିସାଇଲ୍‌ର ଲକ୍ଷ୍ୟଭେଦ କ୍ଷମତା ୧ହଜାର କିମିରୁ ୨ହଜାର କିମି ପର୍ଯ୍ୟନ୍ତ ରହିଛି । ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌କୁ DRDO ପ୍ରସ୍ତୁତ କରିଛି । ସେହିପରି ଜଣେ ଅଧିକାରୀଙ୍କ କହିବା ମୁତାବିକ, ଅଗ୍ନି ପ୍ରାଇମ୍‌ ମିସାଇଲ୍‌ ସହିତ ଅନେକ ଜ୍ଞାନକୌଶଳ ଯୋଡିହୋଇଛି । ନିଜର ଟାର୍ଗେଟରେ କିପରି ସଠିକ୍‌ ଭାବେ ପହଞ୍ଚିପାରିବ ସେ ନେଇ କାମ କରାଯାଇଛି । ଅଗ୍ନି ପ୍ରାଇମ୍‌ର ଓଜନ କମ୍‌ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ ବୋଲି ସେ କହିଛନ୍ତି । ସେପଟେ ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published.