୧୬ ବର୍ଷ ପରେ ହାଫ୍ ସେଞ୍ଚୁରୀ ଲଗାଇଲେ କାର୍ତ୍ତିକ, ଭାଙ୍ଗିଲେ ଧୋନୀଙ୍କ ଏହି ରେକର୍ଡ

India vs SA 4th T20I: Dinesh Karthik breaks MS Dhoni’s BIG record with maiden T20

ବୟସ କେବଳ ଏକ ସଂଖ୍ୟା । ଯାହାକୁ ପ୍ରମାଣିତ କରିଛନ୍ତି ଓ୍ୱିକେଟ୍ କିପର୍ ବ୍ୟାଟସମ୍ୟାନ୍ ଦିନେଶ କାର୍ତ୍ତିକ । ୩୭ ବର୍ଷ ବୟସରେ ସେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର୍ ୫୫ ରନର ଇନିଂସ ଖେଳିଛନ୍ତି । ଏହି ଇନିଂସ ବଳରେ ଭାରତ ଟି୨୦ ସିରିଜକୁ ୨-୨ ସ୍ଥିତିକୁ ଆଣିଛି ।
ଦିନେଶ କାର୍ତ୍ତିକ ଯେତେବେଳେ କ୍ରିଜକୁ ଆସିଥିଲେ ସେତେବେଳେ ଭାରତ ୪ଟି ଓ୍ୱିକେଟ୍ ହରାଇ ସାରିଥିଲା ।ଏହି ସ୍ଥିତିରେ ବ୍ୟାଟର ଚାପରେ ରହିବା ସ୍ୱାଭାବିକ । କିନ୍ତୁ କାର୍ତ୍ତିକ ଖାତିର ନକରି ୨୬ ବଲରେ ହାଫ୍ ସେଞ୍ଚୁରୀ ଲଗାଇଥିଲେ । ସେ ୯ ଚଉକା ଓ ୨ ଛକା ଲଗାଇଥିଲେ । ଏହା କାର୍ତ୍ତିକଙ୍କ ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ ଅଟେ । ଏହାପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର 48 ଥିଲା । ସେ ୨୦୧୭ରେ ଓ୍ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଏହି ରନ୍ କରିଥିଲେ ।
ସେ ୨୦୦୬ରେ ଟି୨୦ ଫର୍ମାଟରେ ଡେବ୍ୟୁ କରିଥିଲେ । ଯାହା ଭାରତର ମଧ୍ୟ ପ୍ରଥମ ଟି୨୦ ମ୍ୟାଚ୍ ଥିଲା । ତେବେ ପ୍ରଥମ ଅର୍ଦ୍ଧଶତକ ଲଗାଇବାକୁ ତାଙ୍କୁ ୧୫ ବର୍ଷରୁ ଅଧିକ ସମୟ ଲାଗିଗଲା । ତେବେ ସେ ଅର୍ଦ୍ଧଶତକ ଲଗାଇ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । କାର୍ତ୍ତିକ ଟି୨୦ ଫର୍ମାଟରେ ଅର୍ଧଶତକ ଲଗାଇଥିବା ସବୁଠୁ ଅଧିକ ବୟସର ଭାରତୀୟ ଖେଳାଳି ହୋଇପାରିଛନ୍ତି ।
ଧୋନୀ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୬ ବର୍ଷ ୨୨୯ ଦିନରେ ଅର୍ଦ୍ଧଶତକ ଲଗାଇଥିଲେ । କାର୍ତ୍ତିକ ୩୭ ବର୍ଷ ୧୬ ଦିନରେ ହାଫ୍ ସେଞ୍ଚୁରୀ ଲଗାଇଛନ୍ତି । ଏହାସହ ଷଷ୍ଠ ସ୍ଥାନରେ ବ୍ୟାଟିଂ କରି ଭାରତ ପାଇଁ ଟି୨୦ରେ ସବୁଠୁ ଅଧକ ରନ୍ ସ୍କୋର କରିଥିବା ବ୍ୟାଟର୍ ହୋଇଛନ୍ତି । ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାଁରେ ଥିଲା । ଧୋନୀ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୨ ରନର ଅଫରାଜିତ ଇନିଂସ ଖେଳିଥିଲେ ।

Leave a Reply

Your email address will not be published.