ବାୟୁରୁ ମିଳିବ ବିଶୁଦ୍ଧ ଜଳ 
Israel’s Watergen to bring water-from-air technology products in India

ଦେଶରେ ଆଉ ଦେଖାଦେବେନି ଜଳ ସଙ୍କଟ | ଏବେ ପବନରୁ ମିଳିବ ବିଶୁଦ୍ଧ ଜଳ । ଇସ୍ରାଏଲ କମ୍ପାନି ୱାଟରଜେନ୍ ନାମକ ଏଭଳି ଏକ ମେସିନ ଆଣିଛି, ଯେଉଁ ମେସିନ ଜରିଆରେ ପବନରୁ ପାଣି ସଂଗ୍ରହ କରାଯାଇପାରିବ । ଏଥିପାଇଁ ୱାଟରଜେନ୍ କମ୍ପାନି ଭାରତର ଏକ କମ୍ପାନି ସହ ପାର୍ଟନରସିପ କରିଛି ।
ଏହି ପାର୍ଟନରସିପ୍ ଜରିଆରେ କମ୍ପାନୀ ପ୍ରଡକ୍ଟକୁ ଅନେକ କାଟେଗୋରୀରେ ଭାରତରେ ଲଞ୍ଚ କରିବ । ଏହି ମେସିନ ହିଁ ପବନରୁ ବିଶୁଦ୍ଧ ପାଣି ପ୍ରସ୍ତୁତ କରିବ । ଏହି ଅପରେସନ୍ ଆରମ୍ଭ ହେବାର ଏକ ବର୍ଷ ମଧ୍ୟରେ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ମଧ୍ୟ ଭାରତରେ ଲଞ୍ଚ କରାଯିବ ।
କମ୍ପାନିର କହିବା ଅନୁଯାୟୀ, ଅପରେସନ ଆରମ୍ଭ ହେବାର ଗୋଟିଏ ବର୍ଷ ମଧ୍ୟରେ ଉତ୍ପାଦନ ୟୁନିଟ୍ ଭାରତରେ ଲଞ୍ଚ କରାଯିବ । ସବୁଠୁ ବଡ କଥା ହେଲା, ସବୁ ବର୍ଗର ଲୋକ ଏହାକୁ ବ୍ୟବହାର କରିପାରିବେ । ୩୦ ଲିଟରରୁ ୬୦୦୦ ଲିଟର ପର୍ଯ୍ୟନ୍ତ ଦୈନିକ ଉତ୍ପାଦନ କରିପାରିବ ଏହି ମେସିନ୍ । ତେବେ ଏହାର ମୂଲ୍ୟ କେତେ ରହିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ ।
ଏହି ପ୍ରଡକ୍ଟ ସ୍କୁଲ, ହସ୍ପିଟାଲ, ପାର୍କ, ଘର, ଅଫିସ, ରିସୋର୍ଟ, ନିର୍ମାଣଧୀନ ସ୍ଥଳ, ଗାଁ ଗୁଡିକରେ ବେଶ ଉପଯୋଗୀ ହୋଇପାରିବ । ଯେଉଁଠାରେ ପିଇବା ପାଣିର ଆବଶ୍ୟକତା ରହିଛି, ଏହି ମେସିନ ସେଠାରେ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଡିଭାଇସଟି ପ୍ଲଗ ଆଣ୍ଡ ପ୍ଲେ ଜ୍ଞାନକୌଶଳ ଦ୍ୱାରା ବିକଶିତ କରାଯାଇଛି ।
1 thought on “ବାୟୁରୁ ମିଳିବ ବିଶୁଦ୍ଧ ଜଳ ”