କମନୱେଲଥ ଗେମରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ

Jeremy Lalrinnunga wins India’s second gold at CWG 2022

କମନୱେଲଥ ଗେମରେ ଭାରତ ପାଇଁ ରେକର୍ଡ କଲେ ଜେରେମୀ ଲାଲନିରୁଙ୍ଗା । ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ମିଳିଛି ପଞ୍ଚମ ପଦକ। ଜେରେମି ଲାଲନିରୁଙ୍ଗା ରବିବାର ପୁରୁଷ ଭାରୋତ୍ତୋଳନର ୬୭ କିଲୋ ଭାର ବର୍ଗରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଜେରେମି ସ୍ନାଚ୍‌ରେ ରେକର୍ଡ ୧୪୦ କିଲୋ ଓଜନ ଉଠାଇଥିବା ବେଳେ କ୍ଲିନ ଆଣ୍ଡ ଜର୍କରେ ୧୬୦ କିଲୋ ଓଜନ ଉଠାଇବାରେ ସଫଳ ହୋଇଛନ୍ତି। ଅର୍ଥାତ ସେ ରେକର୍ଡ ପ୍ରତିଷ୍ଠା କରି ମୋଟ୍ ୩୦୦ କିଲୋ ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି।

Leave a Reply

Your email address will not be published.