କିଙ୍ଗ ଖାନ୍ଙ୍କ କ୍ରେଜ,ରିଲିଜ ହେବ ‘ଜୱାନ’।
King Khan’s craze, ‘Javan’ will be released.

ଜାରି ରହିଛି କିଙ୍ଗ ଖାନ୍ଙ୍କ କ୍ରେଜ। କିଛି ଦିନର ବିରତି ପରେ ପୁଣି ଥରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ଶାହାରୁଖ। ଶହାରୁଖଙ୍କ ଏଥିରେ ନୂଆ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସୁଛି।ଆସୁଛି ତାଙ୍କ ଅପ୍କମିଂ ଫିଲ୍ମ ‘ଜୱାନ’। ତେବେ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା।
ଏହି ଟିଜରକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ଚାରିଆଡେ ଚହଳ ପକାଇଥିଲା ଟିଜରଟି।ଖୁବଶୀଘ୍ର ଶାହାରୁଖଙ୍କ ଏହି ଫିଲ୍ମଟି ପରଦାକୁ ଆସିବ। ତେବେ ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି। ଫିଲ୍ମ ଜୱାନଙ୍କୁ ଓଟିଟି ପ୍ଲାଟଫର୍ମ ନେଟ୍ଫ୍ଲିକ୍ସ ମୋଟା ଅଙ୍କ ଦେଇ କିଣି ନେଇଥିବା ସୂଚନା ମିଳିଛି
1 thought on “କିଙ୍ଗ ଖାନ୍ଙ୍କ କ୍ରେଜ,ରିଲିଜ ହେବ ‘ଜୱାନ’।”