କରୋନା ସଂକ୍ରମିତ ହେଲେ ରାଜ୍ୟପାଳ ଭଗତ ସିଂ କୋଶିଆରୀ
Maharashtra governor Bhagat Singh Koshyari tests Covid positive

ମହାରାଷ୍ଟ୍ରରେ ଚାଲିଛି ମହାନାଟକ । କିଏ ସରକାର ଗଢିବ କି ପୁରୁଣା ସରକାର ଭାଙ୍ଗିବ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏସବୁ ଭିତରେ ରାଜ୍ୟପାଳଙ୍କୁ ନେଇ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ କରୋନାରେ ସଂକ୍ରମିତ ହୋଇଛି । ସୂଚନା ଅନୁଯାୟୀ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ଗତ କିଛି ଦିନ ହେଲା ଥଣ୍ଡା ଜ୍ୱରରେ ପୀଡିତ ଥିଲେ । ମାନ୍ୟବର ରାଜ୍ୟପାଳଙ୍କ କରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଏହାପରେ ତୁରନ୍ତ ତାଙ୍କୁ ଚିକିତ୍ସା ଲାଗି ମୁମ୍ବାଇ ସ୍ଥିତି ଏଚ୍ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲଗାତର ଭାବେ ଅଭିଜ୍ଞ ଡାକ୍ତରମାନେ ରାଜ୍ୟପାଳଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି ।
ତେବେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ କରୋନାରେ ସଂକ୍ରମିତ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ଟ୍ୱିଟ୍ର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି ।