ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ

MiG-21 fighter jet not flying in the sky again

ଆଗକୁ ଆଉ ଆକାଶରେ ଉଡିବନି ମିଗ୍-୨୧ ଯୁଦ୍ଧ ବିମାନ । ୨୦୨୫ ସୁଦ୍ଧା ବନ୍ଦ ହେବ ଭାରତୀୟ ବାୟୁସେନାରେ କାର୍ଯ୍ୟକ୍ଷମ ଥିବା ସମସ୍ତ ୪ଟି ମିଗ୍-୨୧ ସ୍କ୍ୱାର୍ଡନ । ମିଗ୍-୨୧ ବଦଳରେ ନୂଆ ଲଢୁଆ ବିମାନ ମୁତୟନ କରାଯିବ । ଆସନ୍ତା ସେପ୍ଟେମ୍ବରରେ ଗୋଟିଏ ସ୍କ୍ୱାର୍ଡନ ବନ୍ଦ ହେବାକୁ ଥିବା ବେଳେ ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ବର୍ଷରେ ବନ୍ଦ କରାଯିବ । ଶ୍ରୀନଗରରେ ଅବସ୍ଥାପିତ ୫୧ ନମ୍ବର ସ୍କ୍ୱାର୍ଡନକୁ ବନ୍ଦ କରାଯିବ । ଏହି ସ୍କ୍ୱାର୍ଡନ ସୋର୍ଡ ଆର୍ମସ ନାଁରେ ପରିଚିତ ।

୨୦୧୯ ଫେବ୍ରୁୟାରୀ ୨୭ତାରିଖରେ ଏଲଓସିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଥିଲେ । ଅଭିନନ୍ଦନ ସେହି ସମୟରେ ୫୧ ନମ୍ବର ସ୍କ୍ୱାର୍ଡନରେ କାମ କରୁଥିଲେ । ସୋଭିଏତ ରୁଷରୁ ଆସିଥିବା ଏହି ମିଗ୍-୨୧ ବିମାନ ଭାରତୀୟ ବାୟୁସେନାରେ ଦୀର୍ଘ ବର୍ଷ ହେଲା ସେବା ଯୋଗାଇ ଆସୁଛି । କିନ୍ତୁ ଗତ ୬ ଦଶନ୍ଧୀରେ ୪ଶହରୁ ଅଧିକ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି ମିଗ୍-୨୧ । ଏହି ଦୁର୍ଘଟଣାରେ ୨ଶହ ପାଇଲଟଙ୍କ ଜୀବନ ଯାଇଛି । ବାୟୁସେନା ୧୯୬୩ରେ ପ୍ରଥମ ସିଙ୍ଗଲ ଇଞ୍ଜିନ ମିଗ୍-୨୧ ଲଢୁଆ ବିମାନ ପାଇଥିଲା ।

Leave a Reply

Your email address will not be published.