ଦ୍ରୌପଦୀଙ୍କ ପାର୍ଥୀରେ ଓଡିଶା କଂଗ୍ରେର ଦ୍ଵନ୍ଦ

Odisha Congress’s controversy over Draupadi’s party

ଏନ.ଡି.ଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥି ପାଇଁ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରାଯାଇଛି |ସେପଟେ ବିରୋଧି ମଧ୍ୟ କଡା ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଯଶବନ୍ତ ସିନ୍ହା ଙ୍କୁ ପାର୍ଥି କରିଛି | ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଏକାଠି ହୋଇଛନ୍ତି ଦେଶର ୧୭ଟି ବିରୋଧୀ ଦଳର ନେତା ,ସେଥିରେ କଂଗ୍ରେସସ ମଧ୍ୟ ସାମିଲ ହୋଇଛି | ହେଲେ ଓଡିଶାରୁ ଜଣଙ୍କୁ ପାର୍ଥି ଭାବେ ଘୋଷଣା କରି ରାଜ୍ୟ କଂଗ୍ରେସସ ପାଇଁ ଅଡୁଆ ପରିସ୍ଥିତି ଶୃଷ୍ଟି କରିଛି ଏନ.ଡି.ଏ |ସେପଟେ ନବୀନ ଦ୍ରୌପଦୀଙ୍କୁ ଟ୍ୟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି ,ଫଳରେ ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବ ବୋଲି ନିଶ୍ଚିନ୍ତ ହୋଇଛି |ରାଷ୍ଟ୍ରପତି ପଦ ଜିତିବା ପାଇଁ ବିଜେପିକୁ କେବଳ ୧୩ ହଜାର ଭୋଟ ଦରକାର ଥିବା ବେଳେ , ବିଜେଡି ପାଖରେ ଯେତିକି ଭୋଟ ରହିଛି ତାହା ବିଜେପିକୁ ବିଜୟ ମୁକୁଟ ଦେବ |

ବିଜେଡି ପାଖରେ ୧୩୩ ବିଧାୟକ ଏବଂ ଲୋକସଭା ଓ ରାଜ୍ୟସଭାକୁ ମିଶାଇ ମୋଟ ୨୧ ଜଣ ସାଂସଦଙ୍କ ଭୋଟ ରହିଛି | ତେବେ ନବୀନଙ୍କ ସମର୍ଥନ ହେତୁ ଦ୍ରୌପଦୀଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିବା ସହ ବିଜୟ ମୁକୁଟ ପିନ୍ଧାଇବ| ସେପଟେ ରାଜ୍ୟ କଂଗ୍ରେସ ଏଥିପାଇଁ ଦୋଛକିରେ ପଡିଛି ଜଣେ ଓଡ଼ିଆ ଓ ଆଦିବାସୀ ବର୍ଗର ମହିଳା ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସର ବିଧାୟକ ଓ ସାଂସଦ ସମର୍ଥନ କରିବେ ନା କଂଗ୍ରେସ ସହ ଅନ୍ୟ ଜାତୀୟ ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ ଦେବେ ତାକୁ ନେଇ ଦଳୀୟ ବିଧାୟକ ଓ ସାଂସଦମାନେ ଚିନ୍ତା ପଡ଼ିଛନ୍ତି।ମାଟି’ ଓ ‘ପାର୍ଟି’କୁ ନେଇ ଏବେ କଂଗ୍ରେସ ବିଧାୟକ ଓ ସାଂସଦ ଦ୍ୱିଧାଗ୍ରସ୍ତ ହୋଇଛନ୍ତି। ଦ୍ରୌପଦୀଙ୍କୁ ସମର୍ଥନ ନ କଲେ ରାଜ୍ୟରେ କଂଗ୍ରେସ ବିରୋଧରେ ମହିଳା, ଆଦିବାସୀ ବର୍ଗ ଓ ରାଜ୍ୟବାସୀଙ୍କ ମଧ୍ୟରେ ଏକ ନକରାତ୍ମକ ବାର୍ତ୍ତା ଯିବା ଆଶଙ୍କା ଥିବାରୁ କଂଗ୍ରେସ ସମସ୍ୟାରେ ପଡ଼ିଛି ବୋଲି କୁହାଯାଉଛି। ହେଲେ କଂଗ୍ରେସର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଦଳର ହାଇ କମାଣ୍ଡ ଯାହାକୁ ସମର୍ଥନ କରିବାକୁ କହିବେ ଆମେ ତାକୁ ସମର୍ଥନ ଦେବୁ ବୋଲି ଗଣ ମାଧ୍ୟମ ସାମ୍ନାରେ କହିଛନ୍ତି

1 thought on “ଦ୍ରୌପଦୀଙ୍କ ପାର୍ଥୀରେ ଓଡିଶା କଂଗ୍ରେର ଦ୍ଵନ୍ଦ

Leave a Reply

Your email address will not be published.