ଖାଦ୍ୟ ସୁରକ୍ଷାରେ ଓଡ଼ିଶା ୧ ନମ୍ବର

Odisha is number one in food security

ଓଡିଶାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ସବୁଠୁ ଉତ୍କୃଷ୍ଟ। ୦.୮୩୬ ଇଣ୍ଡେକ୍ସ ସ୍କୋର ସହ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ।ଜୁନ୍‌ ୩୦ରେ ଜାରି ହୋଇଥିବା ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍ ରାଙ୍କିଙ୍ଗ୍‌ରେ ଓଡ଼ିଶା ‘ଆଚିଭର୍ସ’ ବର୍ଗରେ ରହିଥିଲା ଓ ଗତକାଲି ଜାରି ହୋଇଥିବା ଷ୍ଟାର୍ଟଅପ୍ ରାଙ୍କିଙ୍ଗ୍‌ରେ ଓଡ଼ିଶା ଟପ୍ ପରଫରମର୍‌ ବର୍ଗରେ ରହିଥିଲା । ଗତ ଏକ ସପ୍ତାହ ଭିତରେ ଜାରି ହୋଇଥିବା ତିନିଟି ରିପୋର୍ଟରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଏହାର ଉପସ୍ଥିତିକୁ ଦୃଢ଼ ଭାବେ ଜାହିର କରିଛି ।

ଏନ୍ଏଫ୍‌ଏସ୍‌ଏ ରାଙ୍କିଙ୍ଗ୍‌ରେ ଓଡ଼ିଶା ପଛକୁ ଶ୍ରେଷ୍ଠ ୧୦ଟି ସ୍ଥାନରେ ରହିଥିବା ଅନ୍ୟ ରାଜ୍ୟଗୁଡ଼ିକ ହେଉଛନ୍ତି ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଝାଡ଼ଖଣ୍ଡ । ସ୍ବତନ୍ତ୍ର ବର୍ଗର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ତ୍ରିପୁରା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏହା ପଛକୁ ରହିଛନ୍ତି ହିମାଚଳପ୍ରଦେଶ, ସିକିମ୍, ନାଗାଲାଣ୍ଡ୍, ଉତ୍ତରାଖଣ୍ଡ ଓ ମିଜୋରାମ । କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦାଦର ଆଣ୍ଡ ନଗର ହାଭେଲି ଏବଂ ଡାମନ୍ ଡିଉ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛଡୁଚେରି ଓ ଚଣ୍ଡିଗଡ଼ ।

Leave a Reply

Your email address will not be published.