ବିଧାୟକମାନଙ୍କ ଦରମା ବୃଦ୍ଧି ନେଇ ବିଧାନସଭା ପଡିଲା ଉଠିଲା

Opposition party deamnd in odisha Assembly at question hour to increase MLA salaries

ବିଧାୟକମାନଙ୍କ ଦରମା ବୃଦ୍ଧି ନେଇ ବିଧାନସଭା ପଡିଲା ଉଠିଲା | ବିଧାନସଭାରେ ଶୁନ୍ୟକାଳ ଚାଲିଥିବାବେଳେ ଏ ପ୍ରସଙ୍ଗ ଉଠାଇଲେ ବିରୋଧୀ | ବିରୋଧୀ ମୋହନ ମାଝୀ ଏ ପ୍ରସଙ୍ଗ ଉଠାଇ କହିଛନ୍ତି, ଶେଷ ଥର ପାଇଁ ୧୩.୯.୨୦୧୭ରେ ବିଧାୟକମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା |ଅନ୍ୟ ରାଜ୍ୟର ବିଧାୟକମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ବିଧାୟକ ସେମାନଙ୍କ ତୁଳନରେ କମ୍ ଦରମା ପାଉଛନ୍ତି | ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ଏ ବାବଦରେ ବିଧୟିକାଙ୍କୁ ମିଳେ ମୋଟ୍ ୯୯ ହଜାର ୮୦୦ ଟଙ୍କା | ଆଉ ଏବେ ସବୁ ରେଟ୍ ବି ବଢିଛି ତେଣୁ ବିଧାୟକମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ ବଢ଼ାଇବା ଆବଶ୍ୟକ ରହିଛି | ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇ କୁ ଦାବି କରିଛନ୍ତି | ଏଥି ସହ ପୂର୍ବତନ ବିଧାୟକମାନେ ମାତ୍ର ୩୦ ହଜାର ପେନସନ ପାଉଛନ୍ତି ତେଣୁ ଉଭୟ ପୂର୍ବତନ ବିଧାୟକଙ୍କ ପେନସନ ଏବଂ ବିଧାୟକମାନଙ୍କ ଦରମା ବଢ଼ାଇବାକୁ ତାରା ଦାବି କରିଛନ୍ତି ତାରା ପ୍ରସାଦ | ଅନ୍ୟପଟେ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଦରମା, ପେନସନ ଏବଂ ମେଡ଼ିକାଲ ଆଲାଉନ୍ସ ବଢ଼ାଇବାକୁ ଦାବି କରିଛନ୍ତି |

1 thought on “ବିଧାୟକମାନଙ୍କ ଦରମା ବୃଦ୍ଧି ନେଇ ବିଧାନସଭା ପଡିଲା ଉଠିଲା

Leave a Reply

Your email address will not be published.