ପୁଟିନ୍‌ ପ୍ରଦର୍ଶନ କଲେ ମହାବିନାଶକ କ୍ଷେପଣାସ୍ତ୍ର

Putin demonstrates nuclear weapons

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣିଥରେ ଆମେରିକା, ୟୁରୋପୀୟ ଦେଶ ସମେତ ପୃଥିବୀର ସମସ୍ତ ଦେଶକୁ ନିଜର କ୍ଷମତା ପ୍ରଦର୍ଶନ କରାଇଛନ୍ତି। ରୁଷିଆ ସେନା ସାଇବେରିଆ ଜଙ୍ଗଲରେ ୟାର୍ସ ନାମକ ଏକ ଅନ୍ତର୍ଦେଶୀୟ କ୍ଷେପଣାସ୍ତ୍ର ସହିତ ଯୁଦ୍ଧ ଅଭ୍ୟାସ କରିଛି । ଏହା ଏପରି ସାଂଘାତିକ କ୍ଷେପଣାସ୍ତ୍ର ଯାହା ସହଜରେ ବ୍ରିଟେନକୁ ମଧ୍ୟ ଟାର୍ଗେଟ କରିପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ଆମେରିକା ପର୍ଯ୍ୟନ୍ତ ରହିଛି।

ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୨ ହଜାର କିଲୋମିଟର ବୋଲି କୁହାଯାଉଛି। ଯଦି ଆମେରିକାକୁ ଟାର୍ଗେଟ କରି ଏହା ନିକ୍ଷେପ କରାଯାଏ, ତେବେ ସେଠାରେ ମଧ୍ୟ ଏହା ବିନାଶ ରଚିବ। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ସାମରିକ ଅଭ୍ୟାସରେ ପ୍ରାୟ ୧୦୦ ଟି ଅସ୍ତ୍ରଶସ୍ତ୍ର ଅଂଶଗ୍ରହଣ କରୁଛନ୍ତି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Leave a Reply

Your email address will not be published.