ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍‌

Robert Pattinson is Still the Most Attractive Man on Earth According to Science

ପରଫେକ୍ଟ ଫେସ୍‌ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍‌ସନ୍‌ଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍‌ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ସେହିପରି ହଲିଉଡ୍‌ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମୁହଁ ମଧ୍ୟ ବିଶ୍ୱର ସବୁଠୁ ସୁନ୍ଦର ବୋଲି ବିବେଚନା କରାଯାଇଛି। ୨୦୨୦ରେ ରୋବର୍ଟଙ୍କ ସୁନ୍ଦରତା ଗୋଲ୍ଡେନ୍‌ ରେସିଓ ଅଫ୍‌ ବ୍ୟୁଟି ଫି (ଏକ ପାରମ୍ପରିକ ଗ୍ରୀକ୍‌ ଗଣନା ପଦ୍ଧତି)ରେ ବିଚାର କରାଯାଇଥିଲା।

ଏହି ପଦ୍ଧତିରେ ସେମାନଙ୍କ ଚେହେରାର କଳାତ୍ମକ କୃତି ଯେପରି ଦୈର୍ଘ୍ୟ, ପ୍ରସ୍ଥ ଆଦି ମପା ଯାଇଥିଲା। ଦୁଇ ବର୍ଷ ହେଲା ରୋବର୍ଟ ଏହି ଟାଇଟଲ ବଜାୟ ରଖିଛନ୍ତି ବୋଲି ‘ଲାଡ୍‌ବାଇବେଲ୍‌’ରେ ରିପୋର୍ଟ ପ୍ରକାଶ ପାଇଛି। ଆକର୍ଷଣୀୟ ତାଲିକାରେ ରିଆନ୍‌ ଗୋସ୍‌ଲିଙ୍ଗ, ଆଇଡ୍ରିସ୍‌ ଏଲ୍‌ବା, ବ୍ରାଡ୍‌ ପିଟ୍‌, ହେନ୍‌ରି କେଭିଲଙ୍କ ଭଳି ଅଭିନେତା ଥିଲେ ମଧ୍ୟ କେହି ରୋବର୍ଟଙ୍କୁ ଟପିପାରିନାହାନ୍ତି।

1 thought on “ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍‌

Leave a Reply

Your email address will not be published.