ଫ୍ୟାନ୍ସ ଦେଖିବେ ଶିଳ୍ପାଙ୍କ ଆକ୍ସନ୍, କହିଲେ-ପୁଅ ପାଇଁ ରୋହିତଙ୍କ ଫିଲ୍ମ ସାଇନ୍‌ କରିଛି

Shilpa Shetty says she’s doing Rohit Shetty’s Indian Police Force for her son Viaan: He said, ‘mumma you’ve to do it’

ସିଲ୍‌ଭର ସ୍କ୍ରିନ୍‌ ପରେ ଏବେ OTT ରେ ଧମାଲ୍‌ କରିବାକୁ ପ୍ରସ୍ତୁତ ଶିଳ୍ପା ଶେଟ୍ଟୀ। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ରେ ସେ ତାଙ୍କର ଡିଜିଟାଲ୍ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟରେ ଶିଳ୍ପା ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ରେ ଯୋଗଦେବାର ପ୍ରକୃତ କାରଣ ବିଷୟରେ ମଧ୍ୟ କହିଛନ୍ତି।

ସେ ଏକ ବାର୍ତ୍ତାଳାପରେ ପ୍ରକାଶ କରି କହିଛନ୍ତି ଯେ ତାଙ୍କୁ ଏହି ପ୍ରୋଜେକ୍ଟରେ କାମ କରିବାକୁ କିଏ କହିଥିଲା ଏବଂ କେଉଁ କାରଣରୁ ସେ ଫିଲ୍ମ କରୁଛନ୍ତି।କହିବାକୁ ଗଲେ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ ହେଉଛି ଏକ ୱେବ୍ ସିରିଜ୍, ଯାହା ମାଧ୍ୟମରେ ରୋହିତ ଶେଟ୍ଟୀ ନିଜେ ମଧ୍ୟ OTT ରେ ପାଦ ରଖିବାକୁ ଯାଉଛନ୍ତି। ଶିଳ୍ପାଙ୍କ ବ୍ୟତୀତ ପୋଲିସ୍ ଫୋର୍ସ ଉପରେ ଆଧାରିତ ଏହି ୱେବ୍ ସିରିଜ୍‌ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ବିବେକ ଓବରୋଇ ମଧ୍ୟ ଅଭିନୟ କରିବେ। ଶିଳ୍ପାଙ୍କ ପରି ସିଦ୍ଧାର୍ଥ-ବିବେକ ମଧ୍ୟ ତାଙ୍କର OTT ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଶୋ ‘ସମସ୍ତଙ୍କୁ ମହାନ କାର୍ଯ୍ୟ ଦେଖାଇବାକୁ ଯାଉଛି।

‘ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ’ ସହିତ ଏକ ସାକ୍ଷାତକାରରେ ଶିଳ୍ପା ଶେଟ୍ଟୀ ପ୍ରକାଶ କରିଛନ୍ତି ଯେ ତାଙ୍କ ପୁଅ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଜଣେ ବଡ଼ ପ୍ରଶଂସକ। ତେଣୁ ଯେତେବେଳେ ତାଙ୍କ ପୁଅ ଜାଣିବାକୁ ପାଇଲେ ଯେ ତାଙ୍କ ମା ରୋହିତ ଶେଟ୍ଟୀଙ୍କ ଫିଲ୍ମରେ ଅଭିନୟ କରିବାର ଅଫର ପାଇଛନ୍ତି, ସେତେବେଳେ ସେ ଖୁସିରେ ଡେଇଁପଡିଥିଲେ। ଏହା ପରେ ତାଙ୍କ ପୁଅ ତାଙ୍କୁ ଏହି ଫିଲ୍ମ କରିବାକୁ କହିଥିଲେ। ଶେଷରେ ମୁଁ ଏହି ପ୍ରୋଜେକ୍ଟ ପାଇଁ ରାଜି ହେଲି।

Leave a Reply

Your email address will not be published.