ବାରବାଟୀରେ ସାଉଥ୍ ଆଫ୍ରିକାର ଦମଦାର ବିଜୟ
South Africa dominate India again to win second T20 in Cuttack

T-20ର ଦ୍ଵିତୀୟ ମ୍ୟାଚ ଜିତିଲା ଦକ୍ଷିଣ ଆଫ୍ରିକା । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଜିତିଲା ସାଉଥ୍ ଆଫ୍ରିକା । ସାଉଥ ଆଫ୍ରିକା ଆଗରେ ୧୪୯ ରନ୍ର ଟାର୍ଗେଟ୍ ରଖିଥିଲା ଭାରତ। ଯାହାକୁ ଅତି ସହଜରେ ହାସଲ କରିନେଇଥିଲା ଟିମ୍ ସାଉଥଆଫ୍ରିକା। ଭୁବନେଶ୍ୱର କୁମାରଙ୍କ ୧୩ ରନରେ ୪ ୱିକେଟ୍ ସଫଳତା ସତ୍ତ୍ୱେ ଭାରତ ହାରିଯାଇଛି।
ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ରେ ଦ.ଆଫ୍ରିକା ୨-୦ରେ ଆଗୁଆ ହୋଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୧୪୯ରନ୍ ଟାର୍ଗେଟ ରଖିଥିଲା ଭାରତ।