ଭାରତକୁ କୃତଜ୍ଞତା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

Sri Lanka PM thanks India for support amid ‘difficult period’

ଏବେ ଦେବାଳିଆ ହୋପଡିଛି ଶ୍ରୀଲଙ୍କା | ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଶ୍ରୀଲଙ୍କାବାସୀ | ତେବେ ଶ୍ରୀଲଙ୍କାର ଏହି ଦୁଃସମୟରେ ସହାୟତାର ହାତ ବଢ଼ାଇଛି ଭାରତ | ଭାରତ ସରକାର ସାହାଯ୍ୟ କରିଥିବାରୁ ଶୁକ୍ରବାର ଭାରତକୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମସିଂ‌ଘେ |

୬ଷ୍ଠ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିବା ଅଭିଜ୍ଞ ନେତା ବିକ୍ରମସିଂଘେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ଦୁଃସମୟରେ ଭାରତ ସହାୟତା କରିଥିବାରୁ ତାଙ୍କ ଦେଶ ଭାରତ ନିକଟରେ କୃତଜ୍ଞ। କେତେଗୁଡ଼ିଏ ଟୁଇଟ୍‌ କରି ବିକ୍ରମସିଂଘେ ଲେଖିଛନ୍ତି, ଶ୍ରୀଲଙ୍କାରେ ଏଭଳି ଆର୍ଥିକ ସଙ୍କଟ କେବେ ଦେଖା ଦେଇ ନ ଥିଲା। ସମସ୍ୟାର ସମାଧାନ ନିମନ୍ତେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମନିଟାରି ଫଣ୍ଡ୍‌’ ସହ ତୁରନ୍ତ ଆଲୋଚନା କରି ଜୁନ୍‌ ମାସ ମଝି ଆଡ଼କୁ କିଛି ବ୍ୟବସ୍ଥା କରିବାକୁ ଯୋଜନା ଚାଲିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ ଲେଖିଛନ୍ତି: ଭାରତ ଓ ଜାପାନ ଶ୍ରୀଲଙ୍କାକୁ ସହାୟତା କରିବା ଲାଗି ‘ବିଦେଶୀ ସହାୟତା ସଂଘ’ ଗଠନ କରିବା ପାଇଁ ‘କ୍ବାଡ୍‌’ ସଦସ୍ୟ ରାଷ୍ଟ୍ରଙ୍କୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଭାରତ ଓ ଜାପାନ ସକାରତ୍ମକ ମନୋଭାବ ପୋଷଣ କରିଥିବାରୁ ମୁଁ କୃତଜ୍ଞ ଜଣାଉଛି |

Leave a Reply

Your email address will not be published.