ଦ୍ୱିତୀୟ ଦିନରେ ‘ପ୍ରଳୟ’ର ସଫଳ ପରୀକ୍ଷଣ

Successful test of ” Pralay ” on the second day

‘ପ୍ରଳୟ’କୁ ନେଇ ଆସିଲା ଆଶ୍ବସ୍ତିକର ଖବର । ଦ୍ୱିତୀୟ ଦିନରେ ହେଲା ‘ପ୍ରଳୟ’ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରା ନିକଟ ଅବ୍‌ଦୁଲ କଲାମ୍‌ ଦୀପରୁ ପ୍ରଳୟର ପୁନର୍ବାର ପରୀକ୍ଷଣ ହୋଇଛି । ସୂଚନା ଅନୁଯାୟୀ, ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲା ଧାମରା ନିକଟ ଅବଦୁଲ କାଲାମ ଦୀପରୁ ଗୁରୁବାର ସକାଳ ୯ଟା ୩0 ମିନିଟ ସମୟରେ ଏହାର ଉତକ୍ଷେପଣ କରାଯାଇଥିଲା । ତେବେ ଏହି ସ୍ୱଳ୍ପ ଦୂରଗାମୀ ମିସାଇଲ୍‌ ପାଞ୍ଚ ଶହ କିଲୋ ମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କ୍ଷମତା ରହିଛି । ଏହାର ଲମ୍ବ ଦଶ ମିଟର ଏବଂ ଓଜନ ପାଞ୍ଚ ଟନ ରହିଛି । ଏହି ପ୍ରଳୟ କ୍ଷେପଣାସ୍ତ୍ର ଏକ ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିନେଇପାରିବ ।

Leave a Reply

Your email address will not be published.