ବାଇକ ଚାବି ନଦେବାରୁ ପୁଅର ହାତ କାଟିଦେଲା ବାପା |

The father went to the police station holding his son’s cut hand

ପୁଅର କଟା ହାତକୁ ଧରି ଥାନାକୁ ଗଲା ବାପା | ଏପରି ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ପଥରିଆ ଥାନା ଅଞ୍ଚଳରୁ | ଘଟଣା ସମ୍ପର୍କରେ ଯାହା ସୂଚନା ମିଳୁଛି ଯେ ଜଣେ ବାପା ସାମାନ୍ୟ ବାଇକ ଚାବି ନ ଦେବାରୁ ତାଙ୍କ ପୁଅର ହାତ ଟାଙ୍ଗିଆରେ ହାଣି ଦୁଇ ଖଣ୍ଡ କରିଦେଇଛନ୍ତି । ଏଭଳି ଅମାନୁଷିକ କାର୍ଯ୍ୟ କୁ ଯିଏ ବି ଦେଖୁଛି ମୁଣ୍ଡରେ ହାତ ଦେଉଛି | ନିକଟରେ ଭାଇରାଲ ହେଉଥିବା ଗୋଟେ ଭିଡ଼ିଓରୁ ଜଣାପଡୁଛି ଜଣେ ବାପା ତାଙ୍କ ପୁଅ ସହ ଏପରି କିଛି କରିଛନ୍ତି । ବାଇକ୍ ଚାବି ନ ଦେବାରୁ ସେ ତାଙ୍କ ପୁଅର ହାତକୁ ଟାଙ୍ଗିଆରେ କାଟି ଥାନାକୁ ଚାଲି ଚାଲି ନେଇଯାଇଥିଲେ ।

ମଧ୍ୟପ୍ରଦେଶର ପଥରିଆ ଥାନା ଅଞ୍ଚଳରୁ ଏଭଳି ଏକ ହୀନ ଧରଣର ହିଂସ୍ର ମାମଲା ସାମ୍ନାକୁ ଆସିଛି । ଜଣେ ବାପା ଏପରୀ କିପରି କରିପାରେ | ବୃଦ୍ଧ ଜଣଙ୍କ ତାଙ୍କ ପୁଅଙ୍କୁ ବାଇକ୍ ଚାବି ମାଗିଥିଲେ । ମାତ୍ର ସେ ଚାବି ଦେବାକୁ ମନା କରିଦେଇଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଏତେ ଉତକ୍ଷିପ୍ତ ହୋଇଯାଇଥିଲେ ଯେ ଘରେ ଥିବା ଏକ କୁଲହାଡ଼ିରେ ପୁଅର ବାମ ହାତକୁ କାନ୍ଧଠାରୁ ଅଲଗା କରିଦେଇଥିଲେ ।

ତେବେ ଏହି ଘଟଣା ପରେ ବୃଦ୍ଧଙ୍କ ପୁତ୍ର ବେହୋସ ହୋଇଯାଇଥିଲେ । ଘଟଣା ଏତିକିରେ ସରି ନଥିଲା । ପାଗଳ ବୃଦ୍ଧ ପୁଅର କଟା ହାତ ଓ କୁଲହାଡ଼ି ଧରି ସଡ଼କରେ ପାଦରେ ଚାଲି ଚାଲି ଥାନାରେ ପହଞ୍ଚିଥିଲେ । ବୃଦ୍ଧ ଜଣଙ୍କ ରାସ୍ତାରେ କଟହାତ ଧରି ଚାଲୁଥିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ପିତାଙ୍କର ଏପରି ହରକତରେ ଚାରିଆଡ଼ ହଡ଼କମ୍ପ ମଚି ଯାଇଥିଲା । ପରେ ଆହତ ଯୁବକ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ବୃଦ୍ଧଙ୍କୁ ପୋଲିସ ଗିରଫ କରିଥିଲା ।

1 thought on “ବାଇକ ଚାବି ନଦେବାରୁ ପୁଅର ହାତ କାଟିଦେଲା ବାପା |

Leave a Reply

Your email address will not be published.